ସବୁଜ ସଂକଳ୍ପ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
ଗୋପ, ୦୫.୦୬ ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଓଲଣ୍ଡି ଠାରେ ଥିବା ଉତ୍କଳମଣି ଗୋପବନ୍ଧୁ ନୋଡାଲ ହାଇସ୍କୁଲ ପ୍ରାଙ୍ଗଣରେ ସବୁଜ ସଂକଳ୍ପ ସାମାଜିକ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ସହ ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସବୁଜ ସଂକଳ୍ପ ସଭାପତି ରମେଶ ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ପରିବେଶବିତ୍ ସୌମ୍ୟରଞ୍ଜନ ବିଶ୍ଵାଳ, ସମାଜ ସେବୀ ଅମୀୟବାଳା ପରିଡ଼ା, ଆର୍ତ୍ତତ୍ରାଣ କର୍ତିକେଶ୍ୱର ଉଚ୍ଚ ବିଦ୍ୟାଳୟ ନୂଆଗାଁ ପ୍ରଧାନ ଶିକ୍ଷକ ରାମ କୃଷ୍ଣ ମହାନ୍ତି, ଗୋପ ବନପାଳ ବିଜୟ ଲକ୍ଷ୍ମୀ ବଳ, ପ୍ରଧାନ ଶିକ୍ଷକ ବିଧାନ ଚନ୍ଦ୍ର ସେଠୀ, ସମାଜସେବୀ ତାପସ ସାହୁ, ଶିକ୍ଷାବିତ ତ୍ପୁଷ୍ପମିତ୍ରା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ବିଶ୍ଵ ପରିବେଶ ଦିବସ ଓ ବ୍ୟାପକ ବୃକ୍ଷ ରୋପଣ ଉପରେ ଗୁରୁତ୍ବ ଦେଇ ପ୍ଲାଷ୍ଟିକ ମୁକ୍ତ ସମାଜ ପାଇଁ ଆହ୍ବାନ ଦେଇଥିଲେ। ଶିକ୍ଷକ ଅକ୍ଷୟ କୁମାର ଜେନା ମଞ୍ଚ ସଂଯୋଜନା କରିଥିବା ବେଳେ ସବୁଜ ସଂକଳ୍ପ ସମ୍ପାଦକ ରମାକାନ୍ତ ପାଣି, କୋଷାଧ୍ୟକ୍ଷ କାହ୍ନୁଚରଣ ପ୍ରଧାନ, ଜ୍ଞାନରଞ୍ଜନ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବୃକ୍ଷ ରୋପଣ ସହ କୃତି ପରିବେଶବିତ୍ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
