କାର ବାଇକ୍ ମୁହାଁମୁହିଁ ଧକ୍କା
କାମାକ୍ଷାନଗର-କାମାକ୍ଷାନଗର ଥାନା ବାଇସିଙ୍ଗା ଠାରେ କାର ଧକାରେ ଦୁଇ ବାଇକ ଆରୋହି ଗୁରୁତର ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଇସିଙ୍ଗା ଠାରେ ଆଜି ରାତି ୯ଟାରେ କାର ଧକାରେ ଦୁଇ ବାଇକ ଆରୋହି ଗୁରୁତର ଆହତ ହୋଇ କାମାକ୍ଷାନଗର ମେଡ଼ିକାଲରେ ଭର୍ତି ହୋଇଛନ୍ତି ।କାମାକ୍ଷାନଗର ଥାନା ନୀଳମାଧବପୁର ଗାଁର ମା ଗୁଣ୍ଡୁରୀ ଲେଙ୍କା (୫୦ବର୍ଷ) ଓ ପୁଅ ଚିନ୍ମୟ ଲେଙ୍କା (୩୦ବର୍ଷ) ମଠକରଗୋଳା ଗାଁରୁ ନିଜ ଘରକୁ ଫେରୁଥିବା ସମୟରେ ବାଇସିଙ୍ଗା ନିକଟରେ କାର ସହିତ ହୋଇଥିଲା ଦୁର୍ଘଟଣା ଯାହାଫଳରେ ମା ପୁଅ ଗୁରୁତର ଆହତ ହୋଇ କାମାକ୍ଷାନଗର ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
