କନ୍ଧମାଳ ଜିଲ୍ଲାରେ ଗ୍ରାମାଞ୍ଚଳର ଗରିବ ପରିବାରଙ୍କୁ ରୋଜଗାରରେ ସହାୟକ ହୋଇଛି ଆମ୍ବ ପଣସ।

ଫୁଲବାଣୀ:ନିପ୍ର:-୦୨/୦୬ ଅନୁସୂଚିତ ଜାତି ଜନଜାତି କନ୍ଧମାଳ ଜିଲ୍ଲା ଅଧିବାସୀ ପ୍ରାଚୀନ କାଳରୁ ଆମ୍ବ ପଣସ କୁ ନିଜର ଖାଦ୍ୟ ସହିତ ପରିବାର ଗୁଜୁରାଣ ମେଣ୍ଟାଇବା କ୍ଷେତ୍ରରେ ବ୍ୟବହାର କରି ଆସିଥିବା ବେଳେ ଗ୍ରାମାଞ୍ଚଳ ଗରିବ ପରିବାର ବର୍ଷକର ୬ ମାସ ଏହି ଆମ୍ବ ପଣସରେ ଭଲ ରୋଜଗାର ଆପଣେଇ ଥାନ୍ତି। କିନ୍ତୁ ଅନ୍ୟ ବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରତି ଆମ୍ବ ଗଛରେ ଓ ପଣସ ଗଛରେ ଅଧିକ ପରିମାଣରେ ଫଳିଥିବାରୁ ଜିଲ୍ଲାର ଗ୍ରାମାଞ୍ଚଳ ଗରିବ ପରିବାରକୁ ଅଧିକା ରୁ ଅଧିକ ରୋଜଗାରରେ ସହାୟକ ହୋଇଛି ଆମ୍ବ ଓ ପଣସ। ହେଲେ ଏଥିପାଇଁ କୌଣସି ହାଟ ବଜାର ଦେଖିବକୁ ମିଳି ନାହିଁ। ଦେଖିବକୁ ମିଳିଛି ଜାତୀୟ ରାଜପଥ କଡ଼ରେ ଏହି ଆମ୍ବ ପଣସ ବେପାର। ଏହି ଫୋଟ ଚିତ୍ର ଦେଖି ଜାଣି ପାରୁଥିବେ ଆମ୍ବ ପଣସର ଋତୁ ଆସିଲେ ପାଚିବା ଆରମ୍ଭରୁ ଲୋକେ ଗଛରୁ ତୋଳି ଆଣି ବିକ୍ରି କରି ଥାନ୍ତି। ଫୁଲବାଣୀ ଠାରୁ ବୌଦ୍ଧ ଜିଲ୍ଲାକୁ ସଂଯୋଗ କରୁଥିବା ୧୫୭ ଜାତୀୟ ରାଜପଥ ଖଜୁରୀପଡ଼ା ବ୍ଲକ ଅଧିନରେ ରହିଥିବ ସୁଡ୍ରେଜୁ ଅଞ୍ଚଳର ବିଭିନ୍ନ ରାସ୍ତା କଡ଼ରେ ଦେଖିବାକୁ ପାଇବେ ଆମ୍ବ ପଣସର ଲମ୍ବା ଲାଇନ। ରାସ୍ତା ରେ ଯାଉଥିବା ଦେଶ ବିଦେଶର ଯାତ୍ରୀ ମାନେ ଗାଡ଼ି ଅଟକାଇ କିଣି ନିଅନ୍ତି ଏଠାରେ ଖାଲି ଆମ୍ବ ପଣସ ମିଳୁଛି ତାହା ନୁହେଁ ଜଙ୍ଗଲରୁ ଉତ୍ପାଦନ ହେଉଥିବା କେନ୍ଦୁ,ଜାମ୍ବୁ ଛତୁ ଏହି ଋତୁରେ ମିଳେ,କୁନ୍ତୁ ମୁଖ୍ୟତଃ ଆମ୍ବ ପଣସ ଲୋକଙ୍କୁ ଅଧିକ ରୋଜଗାର ଯୋଗାଉଛି। ଖାଲି ସେତିକି ନୁହେଁ ଆମ୍ବ ଯୋଗାଉଛି ପାଞ୍ଚ ପ୍ରକାର ରୋଜଗାର ପଣସ ଯୋଗାଉଛି ଦୁଇ ପ୍ରକାର ରୋଜଗାର।

କଞ୍ଚା ଆମ୍ବରୁ ଆମ୍ବୁଲ,ପାଚିଲା ଆମ୍ବରୁ ଚମ୍ପେତ,ଆମ୍ବ ରସରୁ ସଢ଼ା ଓ ପାଚିଲାଆମ୍ବ ଏଭଳୀ ୫ ପ୍ରକାର ଜିନିଷ ଆମ୍ଵରୁ ତିଆରି କରି ବିକ୍ରୀ କରନ୍ତି। ସହିଭଳି ପଣସ ପାଚିଲା ପଣସ ଓ ପଣସ ମଞ୍ଜି ଯାହାକି ଯେକୌଣସି ତରକାରୀ ରେ ପକା ଯାଉଛି। ଏହି ଭଳି ଆମ୍ବ ପଣସ ଗ୍ରାମାଞ୍ଚଳ ଗରିବ ପରିବାରକୁ ରୋଜଗାରରେ ସହାୟକ ହୋଇଛି। ବିଶେଷ କରି କନ୍ଧମାଳର ଏହି ଆମ୍ବ ପଣସ ରାଜ୍ୟର ପଶ୍ଚିମ ଓଡ଼ିଶାରେ ଅଧିକ ଚାହିଦା ରହୁଥିବା ଅନୁମାନରୁ ଜାଣିପଡ଼ିଛି ଏବଂ ଆମ୍ବରୁ ତିଆରି ଆମ୍ବୁଲ,ଚମ୍ପେତ,ସଢ଼ା ବାହାର ଜିଲ୍ଲାରେ ମଧ୍ୟ ଚାହିଦା ରହୁଥିବା ଅନେକଙ୍କ ମତରୁ ଜଣାପଡ଼ିଛି। ଏହି ରାସ୍ତା କଡ଼ରେ ଆମ୍ବ ଓ ପଣସ ବିକ୍ରି କରୁଥିବା କିଛି ମହିଳା ଓ ପୁରୁଷ ମାନଙ୍କୁ ଏହି ବାବଦରେ ଆମେ ପ୍ରତିକ୍ରିୟା ନେବାରୁ ସେମାନେ କହିଥିଲେ ବର୍ଷର ୬ ମାସ ପାଖା ପାଖି ଆମକୁ ଏହି ଆମ୍ୱ ପଣସ ଭଲ ଦୁଇ ପଇସା ରୋଜଗାର ମିଳୁଛି।

ସରକାରଙ୍କ ମାଗଣା ଚାଉଳକୁ ଛାଡ଼ି ଦେଲେ ଆଉ ସେଭଳି ଆବଶ୍ୟକ ପରିମାଣର କୌଣସି ମୂଲ ମଜୁରୀ କାମ ମିଳି ପାରୁନାହିଁ ଏହି ନି ନିjddjhkssjsjwjdjd ପରିପ୍ରେକ୍ଷୀରେ ଆମ୍ବ ପଣସ ରୋଜଗାରରେ ଆମକୁ ଭଲ ସହାୟକ ହୋଇଛି ବୋଲି ପ୍ରକାଶ କରିଛନ୍ତି।ବର୍ତ୍ତମାନ ଶିକ୍ଷା ବିଭାଗର ସ୍କୁଲ ଛୁଟି ହୋଇଥିବା ବେଳେ ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀ ମାନେ ଘରକୁ ଆସିଥିବାରୁ ସେମାନେ ମଧ୍ୟ ଏହି ରୋଜଗାରରେ ପରିବାରକୁ ଭଲ ସହାୟକ ହୋଇଥିବା ଜଣାପଡିଛି। ଅନ୍ୟ ପକ୍ଷରେ କନ୍ଧମାଳ ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବାରୁ ସମସ୍ତ ଫଳ ପନିପରିବା ନଷ୍ଟ ହେଉଥିବା କନ୍ଧମାଳ ଜିଲ୍ଲା ବାସୀଙ୍କ ପାଇଁ ଏକ ଦୁର୍ଭାଗ୍ୟ ଜନକ କଥା ବୋଲି ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି। ଏଥିପାଇଁ ସରକାର କେବେ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାରେ ରହିଲା।

Leave a Reply

Your email address will not be published. Required fields are marked *