ପେଟ୍ରୋଲ ଓ ଡିଜେଲ ସମ୍ବନ୍ଧୀୟ କୌଣସି ସମସ୍ୟାକୁ ନେଇ ଜିଲ୍ଲାବାସୀ ଅତିରିକ୍ତ ଚିନ୍ତିତ ନହେବା ପାଇଁ ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାଏ ଅନୁରୋଧ କରିଛନ୍ତି
ପେଟ୍ରୋଲ ଓ ଡିଜେଲ ସମ୍ବନ୍ଧୀୟ କୌଣସି ସମସ୍ୟାକୁ ନେଇ ଜିଲ୍ଲାବାସୀ ଅତିରିକ୍ତ ଚିନ୍ତିତ ନହେବା ପାଇଁ ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାଏ ଅନୁରୋଧ କରିଛନ୍ତି।ଜିଲ୍ଲାପାଳ କହିଛନ୍ତି ଯେ ଜିଲ୍ଲାରେ ଆବଶ୍ୟକୀୟ ପେଟ୍ରୋଲ ଓ ଡିଜେଲ ଯୋଗାଣ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଥିବା ସହ ସମ୍ପୃକ୍ତ ସଂସ୍ଥା ଓ ପେଟ୍ରୋଲ ପମ୍ପ ମାଲିକମାନଙ୍କ ସହ ସମନ୍ୱୟ ରଖାଯାଉଛି।ସେ ଜନସାଧାରଣଙ୍କୁ ଅନାବଶ୍ୟକ ଭାବେ ଇନ୍ଧନ ମହଜୁଦ ନକରିବାକୁ ଏବଂ ଗୁଜବରେ କାନ ନଦେବାକୁ ପରାମର୍ଶ ଦେଇଛନ୍ତି। ସମସ୍ତେ ସାଧାରଣ ଓ ସଂଯମପୂର୍ଣ୍ଣ ଭାବରେ ଇନ୍ଧନ ବ୍ୟବହାର କଲେ ପରିସ୍ଥିତି ସୁଚାରୁ ରହିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ସହଯୋଗ ଓ ସଚେତନତା ପାଇଁ ଅନୁରୋଧ କରିଛନ୍ତି। ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ
