ଗଞ୍ଜାମର ସତ୍ଯବାନ ଯାଉଛନ୍ତି ଦାଦନ ,ଦୁଃଖରେ ସାବିତ୍ରୀ
ଗଞ୍ଜାମର ସତ୍ଯବାନ ଯାଉଛନ୍ତି ଦାଦନ ,ଦୁଃଖରେ ସାବିତ୍ରୀ ।ହିଞ୍ଜିଳିକାଟୁ ୧୬/୦୫ ଆଜି ହିନ୍ଦୁଧର୍ମର ବଡ ଲୋକପର୍ବ “ସାବିତ୍ରୀ ଅମାବାସ୍ୟା” ଗାଁ ଠାରୁ ସହର ପର୍ଯ୍ୟନ୍ତ ପାଳିତ ହେଉଛି । ଗାଁ ଠାରୁ ସହର ପ୍ରଯ୍ୟନ୍ତ ଏବଂ ଧନୀ ଓ ଗରିବ ଶ୍ରେଣୀର ସମସ୍ତ ସଧବା ମହିଳାମାନେ ସ୍ୱାମୀ ମାନଙ୍କ ଶରୀର ସୁସ୍ଥ ଓ ଦିର୍ଘାଉ କାମନା ପାଇଁ ନିଷ୍ଟାର ସହ ଉପବାସରେ ରହି ସତ୍ୟବାନ ପାଇଁ ସାବିତ୍ରୀ ପୂଜା କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ସାଧାରଣତଃ ସ୍ତ୍ରୀ ମାନଙ୍କ ବାପଘରୁ ଅମବାସ୍ୟା ଭାରଯୋଗାଡ଼ ଏହି ଉପବାସ କରିବା ପାଇଁ ଯାଏ l ସେଥିରେ ଝିଅଙ୍କର ନୂତନ ବସ୍ତ୍ର ସହ ମୁଗ, ନଡ଼ିଆ,ପାଚଲା ପଣଶ, ଆମ୍ବ, କଦଳୀ, ତାଳ ପ୍ରଭୂତି ସୁସ୍ୱାଦୁ ଫଳଶହ ସଙ୍ଖା ସିନ୍ଦୁର ମୁଖ୍ୟ ଭାବେ ଯାଏ । ଅନେକ ଗାଁରେ ଗାଁ ଗହଳି ସ୍ତ୍ରୀ ଲୋକମାନେ ଏହାକୁ ଚୁଡ଼ି ଅମାବାସ୍ୟା ବୋଲି ମଧ୍ୟ୍ୟ କୁହନ୍ତି l ଅମାବାସ୍ୟାଦିନ ନୂତନ ବସ୍ତ୍ର ପରିଧାନ କରି ମଧ୍ଯାହ୍ନ ସମୟରେ ଥାଳିରେ ବିଭିନ୍ନ ଭୋଗ ଓ ସଙ୍ଖା ସିନ୍ଦୁର ଯୋଗାଡ଼ି ଗାଁମାନଙ୍କ ମନ୍ଦିରକୁ ଯାଇ ସତ୍ୟବାନ ସାବିତ୍ରୀଙ୍କ ଉଦ୍ଦେଶ୍ୟରେ ପୂଜାକରି ଘରକୁ ଆସି ପୂଜା ହୋଇଥିବା ସଙ୍ଖା ସିନ୍ଦୁର ପିନ୍ଧି ସ୍ୱାମୀଙ୍କ ଗୋଡ଼ତଳେ ପ୍ରଣାମ କରି ଏବଂ ସ୍ୱାମୀଙ୍କୁ ଭୋଗ ଖାଇବାକୁ ଦେଇ ନିଜେ ସେହି ଭୋଗ ସାରନ୍ତି l ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ମନମାଳୀନ ଥିଲେ ସୁଦ୍ଧା ସେହିଦିନ ଗୋଟିଏ ମଧୁର ସୁସମ୍ପର୍କ ବଢିଯାଏ lତେଣୁ ଏହି ଦିନ ହିନ୍ଦୁ ଧର୍ମର “ଲଭର୍ସ ଡେ” ବୋଲି ଜୈନିକ ବ୍ରାହ୍ମଣ କହିଲେ l ବିଧିର ବିଡ଼ମ୍ବନା ଏହିକି ଯେ ଗଂଜାମ ଜିଲ୍ଲା ଏକ ଦାଦନ ଶ୍ରମିକ ପ୍ରବଣ ଜିଲ୍ଲା ଅଟେ ।ଏହି ଜିଲ୍ଲାର ଅନେକ ଗାଁମାନଙ୍କର ୬୫ବର୍ଷ ତଳକୁ ପୁରୁଷ ପ୍ରାୟ ୬୦ଭାଗ ଲୋକ ପେଟପାଟଣା ଓ ପରିବାର ପ୍ରତି ପୋଷଣ ପାଇଁ ବାହାର ଦେଶ ଏବଂ ରାଜ୍ୟକୁ ଦାଦନ ଖଟିବା ପାଇଁ ଚାଲିଯାଇଛନ୍ତି l ଏହି ଜ୍ୟେଷ୍ଠମାସର ଅମାବାସ୍ୟା ଦିନ ସ୍ତ୍ରୀମାନେ ସତ୍ୟବାନ ସାବିତ୍ରୀ ପୂଜାକରି ସ୍ୱାମୀମାନଙ୍କ ଅନୁପସ୍ଥିତିଟି ବହୁତ ବାଧେ ଏବଂ ଅତ୍ୟନ୍ତ ଦୁଃଖ ଲାଗେ l ଜୈନିକ ଗଞ୍ଜାମ ଜିଲ୍ଲାର ମହିଳା ଜଣଙ୍କ ପରିପ୍ରକାଶ କଲେ ଯେ , ଏବେ ଡବଲ ଇଂଜିନ ସରକାର ଆମରାଜ୍ୟରେ ସରକାର କରିଛନ୍ତି ଯଦି ଆଖି ଦୃଷ୍ଟିଆ ବଡବଡ କଳକାରଖାନ ଯଦି ଖୋଲେନ୍ତେ ତେବେ ଆମ ସତ୍ୟବାନ ମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଆଉ ଯାଆନ୍ତେ ନାହିଁ ଏବଂ ଆମର ଦୁଃଖ ଚାଲିଯାନ୍ତା ବୋଲି ବ୍ୟଙ୍ଗ ଭରା କଣ୍ଠରେ କହିଲେ l
