ଜନ୍ମ ଦିନକୁ ଅସହାୟଙ୍କ ସହ ପାଳିଲେ କୁନି ଝିଅ ଇଭାଲିନ୍

ଗୋପ – ନିଜ ଜନ୍ମ ଦିନକୁ ଜାକ ଜକମରେ ନ ପାଳି ଆଶ୍ରମରେ ଥିବା ଅସହାୟଙ୍କ ସହ ପାଳିଲେ କୁନି ଝିଅ ଇଭାଲିନ୍। ପୁରୀ ଜିଲ୍ଲା ଗୋପ ବ୍ଲକ ବୀରତୁଙ୍ଗ ଗ୍ରାମର ନୀଳାଦ୍ରି ନାଥ ସାହୁ ଓ ସୁନିତା ସାହୁଙ୍କ ୫ବର୍ଷ ର କୁନି ଝିଅ ଇଭାଲିନ୍ ସାହୁ ଗୋପ କୋଣାର୍କ ମୂଖ୍ୟ ରାସ୍ତା ବଡ଼ କୁନ୍ଦୁରା ଛକ ନିକଟରେ ଥିବା ବିକାଶ ଅନୁଷ୍ଠାନ ପରିଚାଳନା ସଂସ୍ଥା ନୀଳାଦ୍ରି ନୀଳୟ ରେ ରହୁଥିବା ୫୧ ଜଣ ବୃଦ୍ଧ, ବୃଦ୍ଧା , ଦିବ୍ୟାଙ୍ଗ, ମାନସିକ ବିକୃତ ଓ ଅସହାୟ ମାନଙ୍କୁ ଅର୍ଣ୍ଣ ପ୍ରସାଦ ଦାନ କରିବା ସହ ପରିଧାନ ବସ୍ତ୍ର ବଣ୍ଟନ କରି ନିଆରା ଢଙ୍ଗରେ ନିଜର ଜନ୍ମ ଦିନ ପାଳନ କରୁଥିବା ଦେଖିବାକୁ ମିଳିଛି ।

କୁନି ଝିଅଟିର ଏଭଳି ଜନକଲ୍ୟାଣକାରୀ ପଦକ୍ଷେପ ପାଇଁ ବିରୁତୁଙ୍ଗ ଅଞ୍ଚଳର ଜନସାଧାରଣଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି। ଏଥି ସହିତ ତାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଅନ୍ୟମାନେ ମଧ୍ୟ ସହଯୋଗ ହାତ ବଢ଼ାଇବାକୁ ବିବେଦନ କରିଛନ୍ତି ଉପସ୍ଥିତ ସମାଜସେବୀ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ରାମକୃଷ୍ଣ ମାହାନ୍ତି, ଭାଗିରଥି ପାଇକରାୟ, ପ୍ରଦୀପ କୁମାର ପ୍ରଧାନ, ନିରଞ୍ଜନ ତ୍ରିପାଠୀ ପ୍ରମୁଖ ରହି ଖାଦ୍ୟ ବଣ୍ଟନ ଓ ବସ୍ତ୍ର ବଣ୍ଟନ କାର୍ଯ୍ୟରେ ସହୋଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *