ବିଶ୍ୱ ପରିବେଶ ଦିବସ ରେ ବ୍ରାହ୍ମଣୀ ଦେବୀ ସମ୍ବାଦ ସାହିତ୍ୟ ଘର ଓ ପୁରନମଲ୍ କମ୍ପାନୀ ତରଫରୁ ବୃକ୍ଷ ରୋପଣ
କୋରେଇ, ୫|୬: କୋରେଇ ବ୍ଲକ ତଳଗଡ଼ ପଞ୍ଚାୟତରେ ଥିବା ବ୍ରାହ୍ମଣୀ ଦେବୀ ସମ୍ବାଦ ସାହିତ୍ୟ ଘର ଓ ପୁରନମଲ୍ କମ୍ପାନୀ ର ମିଳିତ ସହଯୋଗରେ ଗୁରୁବାର ଦୁଇଟି ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ପରି ଏହା ଆସନ୍ତା ଅଗଷ୍ଟ ୧୮ଯୁବ ସ୍ୱାଭିମାନ ଦିବସ ପର୍ଯ୍ୟନ୍ତ ଚାଲିବ ବୋଲି ବ୍ରାହ୍ମଣୀ ଦେବୀ ସମ୍ବାଦ ସାହିତ୍ୟ ଘର ର ସଂଯୋଜକ ପୀତବାସ ଭୂୟାଁ ସୂଚନା ଦେଇଛନ୍ତି। ଆଜିର ଦିବସ ରେ ଏନ ଏଚ ୨୦ ଠାରୁ ବେରୁଣୁପୁର ପର୍ଯ୍ୟନ୍ତ ଯାଇଥିବା ରାସ୍ତା କଡରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା। ଏଥିରେ ସାହିତ୍ୟ ଘର ସଞ୍ଜଯୋକ ପୀତବାସ ଭୂୟାଁ, ପବିତ୍ର ମୋହନ ରାଉତ ରାୟ, ଜିତେନ୍ଦ୍ର ସାହୁ, ଗଦାଧର ଭୂୟାଁ, ଖଗେଶ୍ୱର ଜେନା, ପୁରନମଲ କମ୍ପାନୀ ର ଶେଖର ସିଂହ, ପ୍ରଶାନ୍ତ କୁମାର, ସୌମ୍ୟ ସାସ୍ୱତ ରାଉତ, କାହ୍ନୁ ଚରଣ ଜେନା, ବିକାଶ ଖୁଣ୍ଟିଆ, ଶ୍ରୀକାନ୍ତ ସ୍ୱାଇଁ, ସମ୍ବିତ ରାଉତ, ରଞ୍ଜନ ମଲ୍ଲିକ ଓ ମୁକେଶ କୁମାର ପ୍ରସାଦ ପ୍ରମୁଖ ସାମିଲ ହୋଇଥିଲେ ଓ ତାହାରପୁର ଠାରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରର ଓ ଆଖ ପାଖରେ ମଧ୍ୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ପାଦିକା ଧରିତ୍ରୀ ରାଉତ ଙ୍କ ନେତୃତ୍ୱ ରେ ଗୋପାଳ ଚରଣ ସାହୁ, ହୃଷିକେଶ ସାହୁ, ରବୀନ୍ଦ୍ର ବେହେରା, ବିଭୂତି ଭୂଷଣ ବଳିୟାର ସିଂ, ମଦନ ମୋହନ କର, ସଂଜୀବ କୁମାର ଜେନା, ଅକ୍ଷୟ କୁମାର ଜେନା, ଅଜୟ କୁମାର ଭଞ୍ଜ, ମମତା ସାହୁ, ଅନୁପମା ଜେନା ଓ ନରୋତ୍ତମ ସାହୁ ସାମିଲ ଥିଲେ। ତେବେ ଆଜି ଦୁଇଟି ସ୍ଥାନରେ ୨୨୫ ଚାରା ରୋପଣ କରାଯାଇଥିଲା।
