ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ସଦସ୍ୟ (ଲିଗାଲ) ଶ୍ରୀ ବିଶ୍ୱଜିତ ମହାନ୍ତିଙ୍କ ଶପଥ ଗ୍ରହଣ
ଭୁବନେଶ୍ୱର:- ୦୫/୦୬/୨୦୨୫ଆଜି ପୂର୍ବାହ୍ନରେ ଶୈଳଶ୍ରୀ ବିହାରସ୍ଥିତ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ କାର୍ଯ୍ୟାଳୟରେ ଶ୍ରୀ ବିଶ୍ୱଜିତ ମହାନ୍ତି ସଦସ୍ୟ ରୂପେ ପଦ ଓ ଗୋପାନୀୟତାର ଶପଥ ଗ୍ରହଣ କରିଛନ୍ତି । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ଜେନା ଶ୍ରୀ ମହାନ୍ତିଙ୍କୁ ପଦ ଓ ଗୋପାନୀୟତାର ଶପଥ ପାଠ କରାଇଥିଲେ ।

ଏହି ଶପଥ ଗ୍ରହଣ ସମାରୋହରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅନ୍ୟ ସଦସ୍ୟଙ୍କ ସହିତ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ, ଓପିଟିସିଏଲ ନିର୍ଦ୍ଦେଶକ ଶ୍ରୀ ବି ବି ମେହତା, ଶ୍ରୀ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ, ଏମଡି ଗ୍ରୀଡ଼କୋ ଶ୍ରୀ ତ୍ରିଲୋଚନ ପଣ୍ଡା, ଓଏଚ୍ପିସି ଡ଼ାଇରେକ୍ଟର, ପ୍ରମୁଖ ଉପସ୍ଥିତ ଥିଲେ l
