ଉରର୍ବେଙ୍ଗି ଗାଁରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ମହିଳା ଗୁରୁତର
କାମାକ୍ଷାନଗର,୧୭/୧୨- ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଉରର୍ବେଙ୍ଗି ଗାଁରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ମହିଳା ଗୁରୁତର କାମାକ୍ଷାନଗର ମେଡ଼ିକାଲରେ ଭର୍ତି ।ଆଜି ଗାଁର ଦିଘି ମୁର୍ମୁ (୧୯ବର୍ଷ) ମହିଳା ଘରେ ରୋଷେଇ କରୁଥିବା ସମୟରେ ଅସାବଧାନତା ପାଇଁ ଦେହରେ ନିଆଁ ଲାଗି ଯାଇଥିଲା ଯାହାଫଳରେ ସେ ଗୁରୁତର ଆହତ ହୋଇ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।ଏଠାରେ ତାଙ୍କର ଚିକିତ୍ସା ଚାଲୁଅଛି ।
ରିପୋର୍ଟର-ପ୍ରକାଶ କୁମାର ପାତ୍ର।
