ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ପୁରୀର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ।

ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ପୁରୀର ଦ୍ୱିତୀୟ ବାର୍ଷିକ ଉତ୍ସବ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ, ଶ୍ରୀସଦାଶିବ ପରିସର ପୁରୀ ଠାରେ ଅନୁଷ୍ଠାନର ସଭାପତି ଶ୍ରୀ ଶଂକର୍ଷଣ ମଙ୍ଗରାଜଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର କିପରି ବିଶ୍ଵସ୍ଥରୀୟ ହୋଇ ପାରିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା।ଏଥିରେ ମୁଖ୍ୟବକ୍ତା ରୂପେ ସ୍ୱାମୀ ଶ୍ରୀକୃଷ୍ଣ ପ୍ରେମାନନ୍ଦ ସରସ୍ଵତୀ ଶ୍ରୀ ଜଗନ୍ନାଥଙ୍କ ସେବା ପୂଜା ଓ ଏହା କିପରି ଲୋକାଚାରରେ ପ୍ରଚାରିତ ଓ ବିଶ୍ଵ ଐକ୍ୟତାର ପ୍ରତିକ ସେ ସମ୍ପର୍କରେ ଆଲୋଚନା କରିଥିଲେ । ବିଶିଷ୍ଟ ଅତିଥି ଭାବେ ସଦାଶିବ ପରିସରର ଭାରପ୍ରାପ୍ତ ନିର୍ଦ୍ଦେଶିକା ପ୍ରଫେସର ଅନୁପମା ପୃଷ୍ଟି ଶ୍ରୀ ଜଗନ୍ନାଥଙ୍କ ବିଭିନ୍ନ ଯାନିଯାତ୍ରା ଓ ଶାସ୍ତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଙ୍କ ମହିମା କିପରି ବର୍ଣ୍ଣନା କରାଯାଇଛି। ସେ ସଂପର୍କର ଆଲୋଚନା କରିଥିଲେ । ପୁରୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ସମ୍ମାନୀତ ବକ୍ତା ଭାବେ ଯୋଗ ଦେଇ ଶ୍ରୀଜଗନ୍ନାଥଙ୍କ ପ୍ରଚାର- ପ୍ରସାର ପାଇଁ ସମସ୍ତ ଜଗନ୍ନାଥ ପ୍ରେମୀ ଅନୁଷ୍ଠାନ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କରିଥିବା ପ୍ରତିଭା ମାନଙ୍କୁ ସମ୍ମାନୀତ କରାଯାଇଥିଲା। ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କ ମଧ୍ୟରେ ସ୍ୱାମୀ ଶ୍ରୀକୃଷ୍ଣ ପ୍ରେମାନନ୍ଦ ସରସ୍ୱତୀଙ୍କୁ ଶ୍ରୀଜଗନ୍ନାଥ କଥା ସେବା ସମ୍ମାନ-୨୦୨୫, ପ୍ରଫେସର ପୁର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଶ୍ରୀ ଜଗନ୍ନାଥ ସେବା ସମ୍ମାନ-୨୦୨୫,ଡ଼ଃ ନାରାୟଣ ମହାପାତ୍ରଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ସମ୍ମାନ-୨୦୨୫, ଡ଼ା. ଦେବେନ୍ଦ୍ର ନାଥ ତରେଇଙ୍କୁ ଶ୍ରୀ ଜଗନ୍ନାଥ ଚିକିତ୍ସା ସମ୍ମାନ-୨୦୨୫ ଓ ଶ୍ରୀଯୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଶ୍ରୀ ଜଗନ୍ନାଥ ଆରକ୍ଷୀ ସେବା ସମ୍ମାନ – ୨୦୨୫(ଅନୁପସ୍ଥିତି)ରେ ମାନପତ୍ର,ଉତ୍ତରୀୟ, ଟ୍ରଫୀ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନ ତରଫରୁ ପ୍ରକାଶିତ ବାର୍ଷିକ ପତ୍ରିକା “ଜଗବନ୍ଧୁ ଶ୍ରୀଜଗନ୍ନାଥ” ଓ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ମାସିକ ପତ୍ରିକା “ଅନନ୍ତା” ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । କାର୍ଯ୍ୟକ୍ରମ ଆରମ୍ଭରୁ ଭକ୍ତି ନୈବିଦ୍ୟ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ କଣ୍ଠଶିଳ୍ପୀ ଅନାମିକା ସ୍ୱାଇଁ ପଟ୍ଟନାୟକ, ଶ୍ରୀଯୁକ୍ତ ଭାରତୀ ଭୂଷଣ ପଟ୍ଟନାୟକ, ସ୍ଵର୍ଣ୍ଣଲତା ପାଣି ପ୍ରମୁଖ ଶ୍ରୀଜଗନ୍ନାଥ ଭଜନ ଗାନ କରିଥିଲେ। ବାଣୀ ଶ୍ରୀ ସଂଗୀତ ଏକାଡେମୀର କଳାକାର ମାନଙ୍କ ଦ୍ବାରା ଶ୍ରୀଜୟଦେବ କୃତ ଗୀତଗୋବିନ୍ଦ ଗାନ କରାଯାଇଥିଲା। ସମ୍ମାନୀତ ଅତିଥି ଭାବେ ବାବା ବ୍ରଜବନ୍ଧୁ ଦାସ୍ ,ମହନ୍ତ ଶ୍ରୀ ଲଳିତ ଚରଣ ଦାସ୍, ମହନ୍ତ ଶ୍ରୀ ଗୌର ଗୋପାଳ ଦାସ ଯୋଗ ଦେଇଥିଲେ । ଉପଦେଷ୍ଟା ଯୋଗାଚାର୍ଯ୍ୟ ଶ୍ରୀ ରମାବଲ୍ଲଭ ମହାପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏଥିରେ ଅନୁଷ୍ଠାନର ସଂପାଦକ ଡଃ. ଶଶିକାନ୍ତ ରଥ ବାର୍ଷିକ ବିବରଣୀ ପାଠ ସହ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କୋଷାଧ୍ଯକ୍ଷ କାର୍ତ୍ତିକ ସାହୁ, ସୁଶ୍ରୀ ପୁଷ୍ପିତା ପଟ୍ଟନାୟକ, ଶ୍ରୀଯୁକ୍ତ ବିଜୟ କୁମାର ସାହୁ, ଶ୍ରୀ ଦୀପ୍ତିରଂଜନ ସେନାପତି, ଡଃ.ଅଜୟାନନ୍ଦ ସାହୁ, ଡଃ. ଜ୍ୟୋତି ପ୍ରକାଶ ନନ୍ଦ, ଡଃ. ମହେଶ ପାଣିଗ୍ରାହୀ ତଥା ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସ୍ଵେଛାସେବୀ ମାନେ ଯୋଗଦାନ କରିଥିଲେ। ଉପଦେଷ୍ଟା ଶ୍ରୀଯୁକ୍ତ ଭରତ କୁମାର ନାୟକ ଓ ଉପ-ସଭାପତି ଡ. ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ ସଭା ପରିଚାଳନା କରିଥିଲେ । ଆଗାମୀ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ନିକଟରେ ଭକ୍ତ ମାନଙ୍କୁ ଅନ୍ନପ୍ରସାଦ ବିତରଣ କରାଯିବା ବୋଲି ଘୋଷଣା କରାଯାଇଥିଲା।

Leave a Reply

Your email address will not be published. Required fields are marked *