ମଉସୁମି ପଳାଇଗଲା
ମଉସୁମି ପଳାଇଗଲା
ବରଷା ଟିକେ ପକାଇଦେଇ
ଚାଷୀ ଙ୍କୁ ତତ୍ପର କଲା
ଚାଷୀ କାମ ଆରମ୍ଭ କରୁଣୁ
ମଉସୁମି ପଳାଇଗଲା।
ବିଲରେ ଧାନ ବୁଣା ହୋଉଣୁ
ଚାଷୀ ଙ୍କୁ ତତ୍ପର କଲା
ତଳି ବିଲ ରେ ତଳି ପଡୁଣୁ
ମଉସୁମି ପଳାଇଗଲା।
ଝଡ଼ ତୋଫାନ ସହିତ ବର୍ଷା
ଆମ ରାଇଜେ ହେଲା
କେଉଁ ବିଲ ରେ ଗଜା ଫିଟିଚି
କେଉଁ ବିଲ ରେ ମଲା।
ମଉସୁମି ର ଲୁଚୁକାଳି
ଚାଷୀଙ୍କୁ ହତାସ କଲା
କାମ ଆରମ୍ଭ ନହୋଉଣୁ
ମଉସୁମି ପଳାଇଗଲା।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା
