ଶାଶୁ ଘର ଆଗରେ ସ୍ତ୍ରୀ ଓ ପୁଅ ଧାରଣା
କାମାକ୍ଷାନଗର,୨୦/୧୨/୨୧ – ବ୍ରହ୍ମପୁର ପରେ ଢେଙ୍କାନାଳରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ। ପୁଣି ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଲେ ଆଉ ଜଣେ ମହିଳା।ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଲଷ୍ମୀ ବଜାର ସ୍ଥିତ ମହ୍ଲାରସାହି ନିକଟରେ। ୨୫ ବର୍ଷର ଭେଣ୍ଡିଆ ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ ମାଧବୀ ସୁନା।ମାଧବୀଙ୍କ ଅଭିଯୋଗ ମୁତାବକ ସେ ୧୯୯୫ ମସିହାରେ ମହିନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ।ପରେ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ପ୍ରାପ୍ତ ହୋଇଥିଲେ।ବିବାହର ଦୁଇବର୍ଷ ପରେ ସ୍ୱାମୀ ମହିନ୍ଦ୍ର ତାଙ୍କୁ ବାଡା ବାଡି କରି ଘରୁ ତଡି ଦେଇଥିଲେ।ପରେ ସ୍ଥାନୀୟ ବାସିନ୍ଦାଙ୍କ ହସ୍ତକ୍ଷେପ ପରେ ସେ ସ୍ୱାମୀଙ୍କ ଅନୁପସ୍ଥିତିରେ ଶଶୁର ଘରେ ରହିଥିଲେ।ପରେ ମାଧବୀଙ୍କୁ ତାଙ୍କ ନଣନ୍ଦ ଦିଅର ଓ ଶଶୁର ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ।ଫଳରେ ବାଧ୍ୟ ହୋଇ ସେ ନିଜ ବାପଘର ବଲାଙ୍ଗିର ପଳାଇଥିଲେ।ମାଧବୀ ବଲାଙ୍ଗିରରେ ରହୁଥିବା ଅବସ୍ଥାରେ ମହେନ୍ଦ୍ର ତାଙ୍କ ସହ ଫୋନ ମାଧ୍ୟମରେ ତ ଆଉ କେତେବେଳେ ବଲାଙ୍ଗୀର ଯାଇ ଯୋଗାଯୋଗ ରଖୁଥିଲେ ବୋଲି ମାଧବୀ କହିଛନ୍ତି।ମହେନ୍ଦ୍ରଙ୍କ ବାପାଙ୍କ ଦେହାନ୍ତ ପରେ ସେ ପୁଣି ତାଙ୍କୁ ଘରକୁ ଆଣିବେ ବୋଲି ପ୍ରତିଶୃତି ଦେଇଥିଲେ।ମାତ୍ର ଏଥିରେ ବିଳମ୍ବ ହେବାରୁ ମାଧବୀ ଆଜି ଢେଙ୍କାନାଳ ସ୍ଥିତ ସ୍ୱାମୀଙ୍କ ଘର ଆଗରେ ନିଜର ହକ ପାଇଁ ଧାରଣାରେ ବସିଛନ୍ତି।ଏଠି ପହଞ୍ଚିବା ପରେ ମହେନ୍ଦ୍ର ତାଙ୍କୁ ଘରେ ପୁରାଇ ନଥିବା ସେ ଅଭିଯୋଗ କରିଛନ୍ତି।ଏନେଇ ଟାଉନଥାନା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମାଧବୀଙ୍କୁ ଏକ ଲିଖିତ ଅଭିଯୋଗ ଦେବା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେବା ସହିତ ଧାରଣାରୁ ଉଠିବାକୁ କହିଥିଲେ। ଏନେଇ ଟାଉନଥାନାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଯାରି ରଖିଛି।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
