ଯାଜପୁର ରୋଡ଼ ରେ ରାଜସ୍ତାନୀ ମିଠା, ଶ୍ରୀଜୀ ସୁଇଟ୍ ର ଉଦ୍ଘାଟନ

ଯାଜପୁର , ଅନେକ ଭାରତୀୟ ମିଠା କୁ ପାରମ୍ପରିକ ଭାବରେ ବିଭିନ୍ନ ଭାଷାରେ ବିଭିନ୍ନ ରାଜ୍ୟରେ ଅନେକ ନାମ ଦିଆଯାଇଥାଏ, ଯାହାର ମୁଖ୍ୟ ସ୍ୱାଦ ତାହାର ଉପାଦାନ ଉପରେ ନିର୍ଭର କରିଥାଏ । ସ୍ଵାଦ ଅନୁଯାୟୀ ପ୍ରସ୍ତୁତ ହେଉଥିବା ମିଠା ପିସ୍ତା ବର୍ଫି, ବାଦାମ ବର୍ଫି, ରସଗୋଲା, ଗୋଲାପ ଜାମୁ, କ୍ଷୀର ସାକାର, ମଦନ ମୋହନ, ଛେନା ଗଜା, ଛେନା ଝିଲି, ଲେଡକିନ, ଆମ୍ବ ପେଡ଼ା, ଗାଜର ହାଲୱା, ଇତ୍ୟାଦି ରହିଥାଏ l

ଏଥିରେ ମୁଖ୍ୟତଃ ଚିନି ଏବଂ ବିଭିନ୍ନ ପ୍ରକାରର ମଇଦା, କ୍ଷୀର, କାଜୁ ,ବାଦାମ, ଅମୂଲ , ଋତୁକାଳୀନ ଫଳ ଶହ ବିଭିନ୍ନ ପ୍ରକାରର ଉପାଦାନ ମିଶାଇ କରାଯାଇ ଥାଏ l ଏହି ପରି ରାଜ୍ୟର ସୁସ୍ଵାଦ ମିଠାକୁ ପ୍ରକାର ଓ ଆକାର ଦେଇଛନ୍ତି ଶ୍ରୀଜୀ ସୁଇଟ୍ ଷ୍ଟଲ l ଆଜି ଯାଜପୁର ରୋଡ ସହରର ଚୋରଦା ବାଇ ପାସ ଛକ ନିକଟରେ କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାୟକ ଏହାକୁ ଉଦଘାଟନ କରିଥିଲେ l ବିଶେଷ କରି ରଜ ପର୍ବରେ ମିଠା ଗୁଡ଼ିକର ସ୍ଵାଦ ଚାଖିବା ପାଇଁ ଗ୍ରାହକ ମାନଙ୍କୁ ଏହାର ମାଲିକ ମହାମାୟା ପ୍ରତାପ ସ୍ଵାଇଁ ନିମନ୍ତ୍ରଣ କରିଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *