ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀର ଭିତ୍ତିପ୍ରସ୍ତର ସ୍ଥାପନ

Date-10/06/25*ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀର ଭିତ୍ତିପ୍ରସ୍ତର ସ୍ଥାପନ ଆଙ୍କର- ଜଗତସିଂହପୁର ଗ୍ରାମ୍ୟ ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ନାଉଗାଁ ବ୍ଲକ ଅନ୍ତର୍ଗତ ରୋହିଆ ପଞ୍ଚାୟତ ଆରଖକୁଦ ଗୋଠ ଦଣ୍ଡା ଠାରେ ତିନି କୋଟିରୁ ଉର୍ଦ୍ଧ ଟଙ୍କା ବିନିମୟରେ ଏକ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସଙ୍କ ଦ୍ୱାରା ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଆଶ୍ରୟସ୍ଥଳିଟି ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ଆଶ୍ରୟ ପ୍ରଦାନ କରିବା ସହିତ ସ୍ଥାନୀୟ ଅଞ୍ଚଳରେ ହେଉଥିବା ବିବାହ, ବ୍ରତ ଓ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଲୋକ ମାନଙ୍କ କାର୍ଯ୍ୟରେ ବ୍ୟବହାର କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ଅମରେନ୍ଦ୍ର ଦାସଙ୍କ ସହିତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅନିରୁଦ୍ଧ ଦୋରା, ଜିଲ୍ଲାପରିଷଦ ସଭ୍ୟା ଅମିତା ସ୍ବାଇଁ, ଉକ୍ତ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ପଦ୍ମଚରଣ ରାଉତ, ସମିତି ସଭ୍ୟାଙ୍କ ପ୍ରତିନିଧି କ୍ଷୀରୋଦ ରାଉତ, ଆଇନଜୀବି ତଥା ଯୁବ ସମାଜସେବୀ ସୌମ୍ୟରଞ୍ଜନ ମହାନ୍ତି,ତାପସ ଦାସ , ଦେବୀପ୍ରସାଦ ପାଢ଼ୀ, ଦୀପକ ମହାନ୍ତିଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *