ଘର ତାଲା ଭାଙ୍ଗି ଲୁଟିନେଲେ ଅଳଙ୍କାର ଓ ଟଙ୍କା।

ଗୋପ (ପିପିଏସ )ଗତକାଲି ବିଳମ୍ବିତ ରାତ୍ରିରେ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ କୁଣ୍ଡିସ ଗ୍ରାମରେ ତିନୋଟି ଗେଟେ କଟରରେ କାଟି ନିଜ ଘରେ ଏକୁଟିଆ ରହୁଥିବା ଝୁମୁରି ଦାସ ନାମକ ଜଣେ ବିଧବା ମହିଳାଙ୍କ ଘରୁ ଆଲମୀରା ଭାଙ୍ଗି ସୁନା ଓ ରୁପା ଅଳଙ୍କାର ସହ ନଗଦ ୧୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିବା ଗୋପ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଝୁମୁରୀଙ୍କ ଦେଢଶୁର ଓ ତାଙ୍କ ପିଲା ମାନେ ବାହାରେ ରହୁଥିବା ବେଳେ ଝୁମୁରୀଙ୍କ ପୁଅ ମଧ୍ୟ ବାହାରେ ରୁହନ୍ତି । ଘରେ ସେ ଏକୁଟୁଆ ଥିବାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ବିଳମ୍ବିତ ରାତ୍ରିରେ ତାଙ୍କ ଘର ଗ୍ରୀଲ ଓ କବାଟ ଭାଙ୍ଗି ଘରେ ପଶିବାକୁ ଉଦ୍ୟମ କଲାବେଳେ ଝୁମୁରି ଉଠିଯାଇଥିଲେ । ପରେ ମହିଳାଙ୍କୁ ଭୟଭୀତ କରି ଦୁଇଜଣ ଦୃବୁତ ସମସ୍ତ ଗୃହ ତାଲା ଓ ଆଲମାରୀ ତାଲା ଭାଙ୍ଗି ଅଳଙ୍କାର ଓ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ । ଘରୁ ଚୋରି ହୋଇଥିବା ଘଟଣାକୁ ନେଇ ସକାଳୁ ଗୋପ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ଗୋପ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହିତ କେସ ନଂ ୧୮୩/ ୨୦୨୫ ରେ ଏକ ମାମଲା ରୁଜୁ କରିଛି। ଏହି ଘଟଣା ଘଟିବା ପରେ ଏବେବି ଗାଁ ଲୋକେ ଭୟଭୀତ ଅଛନ୍ତି।

Leave a Reply

Your email address will not be published. Required fields are marked *