ଧ୍ୟାନକୁଦ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା

-ଜଗତସିଂହପୁର ଜିଲ୍ଲାର ଧ୍ୟାନକୁଦ ସ୍ଥିତ ପ୍ରସିଦ୍ଧ ପଞ୍ଚଶଖା ପୀଠରେ ମହାପ୍ରଭୁଙ୍କର ପ୍ରସିଦ୍ଧ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ ମହାପ୍ରଭୁଙ୍କର ମଙ୍ଗଳଆଳତୀ, ଅବକାଶ ନିତୀ, ଦ୍ୱାରପାଳ ପୂଜା ସହିତ ଅନ୍ୟାନ୍ୟ ପୂଜାବିଧି କରାଯିବା ପରେ ଚତୁର୍ଦ୍ଧା ମୁରତୀଙ୍କୁ ସ୍ନାନ ମଣ୍ଡପକୁ ପହଣ୍ଡିରେ ଅଣାଯାଇଥିଲା । ପରେ ସେବାୟତ ମାନଙ୍କ ଦ୍ୱାରା ୧୦୮ ଗରା ଜଳରେ ଚତୁର୍ଦ୍ଧା ମୁରତିଙ୍କୁ ସ୍ନାନ କରାଇବା ପରେ ହାତୀ ବେଶରେ ସୁସଜ୍ଜିତ କରାଯାଇଥିଲା । ଆଜିର ଏହି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ବଡ଼ଠାକୁର ପ୍ରଭୁ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭକ୍ତମାନେ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ । ସ୍ନାନବେଦୀରେ ଚତୁର୍ଦ୍ଧ।ମୂର୍ତ୍ତି ଙ୍କର ମାନବୀୟ ଲୀଳାର ଦୃଶ୍ୟ ଅତ୍ୟନ୍ତ ମନୋହର । ତେବେ ବିଶ୍ୱନିଆନ୍ତା ଲୀଳାମୟୀ ମହାପ୍ରଭୁ ଜଗତର କଲ୍ୟାଣ କରନ୍ତୁ ଏହାହିଁ କାମନା ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *