ବିକଶିତ ଭାରତର ଅମୃତ କାଳ ରିପୋର୍ଟ କାର୍ଡ଼ ବିଜେପି ଏକ ଉତ୍ତରଦାୟୀ ସରକାର

“ଭଦ୍ରକ, : କେନ୍ଦ୍ରରେ ୧୧ ବର୍ଷ ଓ ରାଜ୍ୟରେ ଏକ ବର୍ଷ ପୂର୍ତ୍ତି ର ରିପୋର୍ଟ କାର୍ଡ଼ ଆଜି ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ପ୍ରଦର୍ଶିତ କରାଯାଇଛି।ଡବଲ ଇଞ୍ଜିନ ସରକାରଙ୍କ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଛି। ନିର୍ବାଚନ ପୂର୍ବରୁ ଯାହା କହିଥିଲୁ, ତାହା ପୂରଣ କରିପାରିଛୁ। ରାଜ୍ୟରେ ସରକାରକୁ ଏବେ ବର୍ଷେ ପୁରିଛି। ଏହା ଭିତରେ ସରକାର ୮ ଶହ ଟଙ୍କା ଇନପୁଟ ସବସିଡି ଦେଇଛନ୍ତି। ଶ୍ରୀମନ୍ଦିର ୪ ଦ୍ଵାର ଖୋଲିଛନ୍ତି। ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ ହୋଇଛି। ସୁଭଦ୍ରା ଭଳି ସୁନ୍ଦର ଯୋଜନା ଏବେ ମହିଳାଙ୍କ ପସନ୍ଦ ଯୋଗ୍ୟ ହୋଇଛି ବୋଲି ବୁଧବାର ଭଦ୍ରକ ଟାଉନ ହଲଠାରେ ଆୟୋଜିତ ବିକଶିତ ଭାରତର ଅମୃତବେଳା ସେବାକୁ ନେଇ କେନ୍ଦ୍ରର ୧୧ ବର୍ଷ ଓ ରାଜ୍ୟରେ ଏକ ବର୍ଷ ସରକାରଙ୍କ ଉତ୍ସବ ପାଳନ କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ଅଭିମୁନ୍ୟ ସେଠୀ କହିଛନ୍ତି। ଏବେ ମୋଦି ସରକାର ସୁଶାସନ ଏବେ ସଂସ୍କୃତିରେ ପରିଣତ ୧ ବର୍ଷ ପୂର୍ତି ଉତ୍ସବ ଅନୁଷ୍ଠିତ ହୋଇଛି। ରାଜ୍ୟରେ ମୋହନ ସରକାର କହିଥିବା କଥା କରି ଦେଖାଉଛନ୍ତି। ଏଣୁ କେନ୍ଦ୍ର ଓ ରାଜ୍ୟରେ ଏକ ଉତ୍ତରଦାୟୀ ସରକାର ଚାଲିଛି ବୋଲି ସାଂସଦ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି।ସିତାଂଶୁ ସେଖର ମହାପାତ୍ର କହିଛନ୍ତି, ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ଵବିଦ୍ୟାଳୟ ସ୍ଥାପନ ପାଇଁ ହୋଇସାରିଛି।

ବିକଶିତ ଭଦ୍ରକର ସ୍ୱପ୍ନ ଆଗକୁ ସାକାର ହେବ ବୋଲି ସେ ପ୍ରକାଶ କରିଛନ୍ତି।୧୯୩ ସଂଗୋଷ୍ଠୀ, ସାମ୍ବାଦିକ ସମ୍ମିଳନୀ ରେ ପ୍ରଦର୍ଶନୀ ମୋଦିଜୀ କଠିନ ନିଷ୍ପଭି ନେବାରେ ସମର୍ଥ ହୋଇଛନ୍ତି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବା, ତିନି ତଲାକ ଉଚ୍ଛେଦ କରିଛନ୍ତି। ୱାକଫ ବିଲ ପାସ୍ ହୋଇଛି। ଆତଙ୍କବାଦ ଉପରେ କଠୋର ନିଷ୍ପଭି ଦେଶର ସୁରକ୍ଷାକୁ ବଢାଇଛି। ଏ ସରକାରଙ୍କ ଲୋକଙ୍କ ବିଶ୍ଵାସ ଭାଜନ ହୋଇପାରିଛି ବୋଲି ଶ୍ରୀ ସେଠୀ ଦୃଢ଼ତାର ସହ କହିଛନ୍ତି। ଭଦ୍ରକ ବିଧାୟକଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଭଗବାନ ପଣ୍ଡାଙ୍କ ଅଧ୍ୟକ୍ଷତା କରିଥିଲେ ଭଣ୍ଡାରିପୋଖରୀ ବିଧାନସଭା ନେତା ସୁଧାଂଶୁ ନାୟକ, ବାସୁଦେବପୁର ବିଧାନସଭା ନେତା ବାଣୀକଲ୍ୟାଣ ମହାନ୍ତିଙ୍କ ସମେତ ପ୍ରତାପ କୁମାର ନାୟକ, ଅମୁଲ୍ୟ ନାୟକ ଉପସ୍ଥିତ ଥିଲେ। ବୈକୁଣ୍ଠ ସାହୁ ଅତିଥୁ ପରିଚୟ ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ କହିଥିଲେ।

Leave a Reply

Your email address will not be published. Required fields are marked *