ଗଁଦିଆ ରେ ପଞ୍ଚମ ବାର୍ଷିକ ରଜ ମହୋତ୍ସବ

ଗଁଦିଆ ରେ ପଞ୍ଚମ ବାର୍ଷିକ ରଜ ମହୋତ୍ସବ ଗଁଦିଆ ତା୧୨.୬. ଆଞ୍ଚଳିକ ରଜ ମହୋତ୍ସବ କମିଟି ଗଁଦିଆ ତରଫରୁ ଗଁଦିଆ ବ୍ଳକ ଇନଡୋର ଷ୍ଟାଡିୟମ ରେ ପଞ୍ଚମ ବାର୍ଷିକ ଆଞ୍ଚଳିକ ରଜ ମହୋତ୍ସବ କମିଟି ର ସଭାପତି ଶୁଭଦର୍ଶିନୀ ପରିଡ଼ା ଙ୍କ ଅଧ୍ୟକ୍ଷତାରେ ରଜ ମହୋତ୍ସବ ପାଳନ କରିଯାଇଅଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୋଦଣ୍ଡ ଧର ସାହୁ, ମୁଖ୍ୟ ବକ୍ତା ଭାବେ ରୋଟାରିୟାନ ସାଗରିକା ମିଶ୍ର, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ସ୍ବତନ୍ତ୍ର ବିଚାରପତି ସିବିଆଇ ଭିକାରୀ ଚରଣ ରାଉତ, ଅଧ୍ୟାପିକା ଡଃ ପୁଷ୍ପଲତା ରଥ, ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡଃ ସୁସ୍ମିତା ସାହୁ, ଆଧ୍ୟାତ୍ମିକ ଗୁରୁ ସୁନିତା ମହାପାତ୍ର, ବରିଷ୍ଠ ସମାଜସେବୀ ଡମ୍ବରୁଧର ସେଠୀ ଙ୍କ ସହିତ ନିମନ୍ତ୍ରିତ ଅତିଥି ଭାବେ ପ୍ରାକ୍ତନ ଗଁଦିଆ ବ୍ଳକ ଅଧ୍ଯକ୍ଷ ମଳୟ କୁମାର ସିଂହ, ସମିତି ସଭ୍ଯ ବଳରାମ ପରିଡା ଉଦ୍ ବୋଧନ ଦେଇଥିଲେ। ଅନୁଷ୍ଠାନ ର ସମ୍ପାଦକ ଡଃ ସମୀର କୁମାର ସାହୁ ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ମଞ୍ଚ ସଂଯୋଜନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଇନହୁଇଲ କ୍ଲବ ଢେଙ୍କାନାଳ,ସୁସାହିତ୍ଯିକା ଉପମା ସାମଲ, ବରିଷ୍ଠ ଚିକିତ୍ସିକା ଡଃ ସୁସ୍ମିତା ସାହୁ, ଆଧ୍ୟାତ୍ମିକ ଗୁରୁ ସୁନିତା ମହାପାତ୍ର, ଅଧ୍ୟାପିକା ଡଃ ପୁଷ୍ପଲତା ରଥ, ସାମ୍ବାଦିକା ପୁଷ୍ପଲତା ସାମଲ, ଶିକ୍ଷୟିତ୍ରୀ ମନୋସିନୀ ସାହୁ, ନିର୍ଦ୍ଦେଶିକା ରୁତାମ୍ବର ଦାସ, ଗୃହିଣୀ ଓ ବ୍ୟବସାୟୀ ପଙ୍କଜିନୀ ଦାଶ, ଯୋଗ ଗୁରୁ ସତିରାଣି ସାମନ୍ତ, ପର୍ବତ ଆରୋହଣୀ ବିଭାରାଣୀ ପାତ୍ର ଙ୍କୁ ପୁଷ୍ପ ଓ ଫଳଗଛ ସହିତ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରସ୍ତୁତ ପୋଡ଼ପିଠା,ବିରି ପିଠା କୁ ଅତିଥି ମାନେ କାଟି ରଜ ମହୋତ୍ସବ ପାଳନ କରିଥିଲେ। ଦୋଳି ରେ ଉପସ୍ଥିତ ଜନସାଧାରଣ ବସି ଉପଭୋଗ କରିଥିଲେ। ସମସ୍ତ ଙ୍କ ମନରେ ଆନନ୍ଦ ଉଲ୍ଲାସ ଦେଖାଯାଇଥିଲା। ସମାଜ ସେବୀ ତାପସ କୁମାର ରାଉତ ଙ୍କ ସହିତ ଅନେକ ଯୁବ ବନ୍ଧୁ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *