ଜିଲା ସ୍ତରୀୟ ନିଯୁକ୍ତି ମେଳା
କାମାକ୍ଷାନଗର,୨୨/୧୨-ଢେଙ୍କାନାଳ ଜିଲା କାମାକ୍ଷାନଗର ମହାବିଦ୍ୟାଳୟ ପରିଷରରେ ବୁଧବାର ଜିଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲା ନିୟୋଜନ ଅଧିକାରୀ ଆଶିଶ କୁମାର ବସନ୍ତିଆଙ୍କ ଅଧକ୍ଷତାରେ ଅନୁଷ୍ଠିତ ମେଳାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହାତ ପାଖକୁ ଆସୁଥିବା ନିଯୁକ୍ତିର ସୁଯୋଗ ନେବାକୁ ଆହ୍ବାନ କରିଥିଲେ। ଉପଜିଲ୍ଲାପାଳ ଜ୍ୟୋତିଶଂଙ୍କର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କୌଣସି କାମକୁ ଛୋଟ ନଭାବି କାମ କରିଚାଲିଲେ ସଫଳତା ମିଳିବ ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ କାମାକ୍ଷାନଗର ମହାବିଦ୍ୟାଳୟର ଅଧକ୍ଷ ମଙ୍ଗୁଳି ଚରଣ ନାୟକ,ଶକ୍ତୀ ସୁଗାର ଲିମିଟେଡର ସାଧାରଣ ପରିଚାଳକ ଭବାନୀ କୁମାର ନନ୍ଦ, ଜିଲା ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ,ଅଧ୍ୟାପକ ପ୍ରଦୀପ କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଯୁକ୍ତି ସମ୍ପାଦକ ନିଜର ବକ୍ତବ୍ୟ ରଖିଥିଲେ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
