ନୟାଗଡ ଜିଲ୍ଲା ସ୍ତରୀୟ ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉନ୍ନତ ଅଭିଯାନ ଯୋଜନା

ନୟାଗଡ ଜିଲ୍ଲା ସ୍ତରୀୟ ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉନ୍ନତ ଅଭିଯାନ ଯୋଜନା(DA-JGUA)ର ଗ୍ରାମ ଓ ପଞ୍ଚାୟତ ସ୍ତରୀୟ ଶିବିରର ସଫଳ ରୂପାୟନ ନିମନ୍ତେ ପ୍ରାକ୍ ପ୍ରସ୍ତୁତି ବୈଠକ ଅଦ୍ୟ ତା ୧୩.୬.୨୦୨୫ ରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ଆଦିବାସୀ ମନ୍ତ୍ରଣାଳୟ ଭାରତ ସରକାରଙ୍କ ନିର୍ଦ୍ଦେଶରେ ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉନ୍ନତ ଅଭିଯାନ ଯୋଜନାର(DA-JGUA) ରେ ଅନ୍ତର୍ଭୁକ୍ତ ନୟାଗଡ଼ ଜିଲ୍ଲାର ୧୧୩ ଗୋଟି ଗ୍ରାମର ସଚେତନତା ଓ ହିତାଧିକାରୀ saturation ସଫଳ ଲାଗି ଜିଲ୍ଲା ସ୍ତରୀୟ ଲାଗି ଏକ ପ୍ରାକ୍ ପ୍ରସ୍ତୁତି ବୈଠକ, ଅତିରିକ୍ତ ଜିଳାପାଳ ନୟାଗଡଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମଙ୍ଗଳ ଅଧିକାରୀ, ନୟାଗଡ ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉନ୍ନତ ଅଭିଯାନ ଯୋଜନାର(PM-JGUA) ର ଆଭିମୂଖ୍ୟ ବିଷୟରେ ସୂଚନା ଦେଇଥିଲେ । ଏହି ନୟାଗଡ଼ ଜିଲ୍ଲାର ଦଶପଲ୍ଲା,ଗଣିଆ ଓ ନୂଆଗାଁର ଅନୁସୂଚିତ ଜନଜାତି ବହୁଳ ମୋଟ ୧୧୩ ଟି ଗ୍ରାମକୁ ଏହି ଯୋଜନା ମାଧ୍ୟମରେ ସାମିଲ୍ କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମସ୍ତ ଯୋଜନା ଉକ୍ତ ୧୧୩ଗୋଟି ଅନୁସୂଚିତ ଜନଜାତି ଗାଅଁର ଲୋକମାନଙ୍କ ପାଖରେ ପହଁଚିବ ସହ ସେମାନଙ୍କ ସାମଗ୍ରିକ ବିକାଶରେ ହେବ ସେ ବିଷୟରେ ବୈଠକରେ ଆଲୋଚନା କରାଗଲା | ତା ୧୩.୬.୧୦୨୫ ରୁ ୨୭.୬.୨୦୨୫ ପର୍ଯ୍ୟନ୍ତ ଉକ୍ତ ଗ୍ରାମ ଓ ପଞ୍ଚାୟତ ସ୍ତରୀୟ ଶିବିରରେ ଲୋକଙ୍କୁ ଅବଗତ କାରଯିବା ନେଇ ଆଲେଚନା କରାଯାଇଛି । ଏହି ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ସହ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *