ନୂଆଗାଁରେ କଙ୍ଗାରୁ କୋର୍ଟ, ପୋଲିସ ନୀରବ ଦ୍ରଷ୍ଟା
ଜଗତସିଂହପୁର ଜିଲ୍ଲାର ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ନୂଆଗାଁରେ ଚାଲିଛି କଙ୍ଗାରୁକୋର୍ଟ। ଶୁକ୍ରବାର ଦିନ ପୂର୍ବାହ୍ନରେ କିଛି ମୁଷ୍ଟିମେୟ ଲୋକ ଅରକ୍ଷିତ ସ୍ବାଇଁଙ୍କ ନିର୍ମାଣାଧୀନ ଘର ଆଗରେ ପହଞ୍ଚି ତାଙ୍କ ସ୍ତ୍ରୀଙ୍କୁ ଘରଛାଡି ପଳାଇବାକୁ ଧମକ ଦେବା ସହ ପରିବାର ସଦସ୍ୟଙ୍କୁ ଜୀବନରେ ମାରିଦେବାକୁ କହିଛନ୍ତି।ନୂତନ ଘରକୁ ଯିବା ରାସ୍ତାର ମଝିରେ ସିମେଣ୍ଟ ଖୁଣ୍ଟ ମାନ ପୋତି ଛନ୍ତି।ଖାତା ନଂ ୧୪୯, ପ୍ଲଟ ନମ୍ବର ୨୧୭୬,ଏ୦.୧୪ ସ୍ଥିତିବାନ ଜାଗାରେ ଅରକ୍ଷିତ ଘର ନିର୍ମାଣ କରୁଛନ୍ତି। ଏହାକୁ କିଛି ଲୋକ ବିରୋଧ କରି ଏହି ଜାଗା କେନ୍ଦୁ ମଠ ନାମରେ କରିଦିଅ ବୋଲି ଧମକାଇଛନ୍ତି। ଗତ ୭ ତାରିଖ ଦିନ ଅରକ୍ଷିତ ଙ୍କୁ ପଞ୍ଚାୟତ ଅଫିସକୁ ଡାକି କଙ୍ଗାରୁ କୋର୍ଟରେ ଜୋରଜବରଦସ୍ତ ଏକ ବୁଝାମଣା ପତ୍ରରେ ରାଜିନାମା ସ୍ବାକ୍ଷର କରାଇ ନେଇଛନ୍ତି। ଅରକ୍ଷିତଙ୍କୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି। ଜୀବନ ପ୍ରତି ଭୟ ଥିବାରୁ ସେ ଗାଁରେ ପଶି ପାରୁନାହାନ୍ତି। ୫ ଦିନ ହେବ ଘରେ କାହାର ଖାଇବା ପିଇବା ଠିକ ନଥିବା ଅରକ୍ଷିତଙ୍କ ଧର୍ମପତ୍ନୀ ଗୋଲାପ ରାଣୀ ରାଉତ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏପରିକି ସ୍ଥାନୀୟ ପୋଲିସ, ସରପଞ୍ଚଙ୍କ ପୁଅ ଏବଂ ସମିତି ସଭ୍ୟ ଏହି ବେଆଇନ କାର୍ଯ୍ୟରେ ସହଯୋଗ କରୁଥିବାର ଗୋଲାପ ରାଣୀ ସୂଚନା ଦେଇଛନ୍ତି। ନିଜ ସ୍ବାମୀ ଏବଂ ପରିବାରର ସୁରକ୍ଷା ଏବଂ ଏବଂ ଉପଯୁକ୍ତ ନ୍ୟାୟ ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏରସମା ନୂଆଗାଁରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ
