ପଞ୍ଚମୁଖୀ ହନୁମାନ ମନ୍ଦିର ର ଦିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ଚଣ୍ଡୀ ଗାଁ ପଞ୍ଚାୟତ ନଣ୍ଡେଇ ଡିହ ଠାରେ ପଞ୍ଚମୁଖୀ ହନୁମାନ ମନ୍ଦିର ର ଦିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ଶ୍ରୀ ଯୁକ୍ତ ଶିତାଶୁ ଶେଖର ମହାପାତ୍ର ଯୋଗ ଦେଇ ଥିଲେ।
ଶ୍ରୀ ରାମ ଦୂତ ହନୁମାନ ଙ୍କ ପାଦପଦ୍ମରେ କୋଟି କୋଟି ନମନ ।
ଚଣ୍ଡିଗାଁ ପଞ୍ଚାୟତ ଅନ୍ତର୍ଗତ ନଣ୍ଡେଇଡିହ ଗ୍ରାମରେ ଅବସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବରେ ଯୋଗଦେଇ ମହାବୀରଙ୍କ ଦିବ୍ୟ କୃପା ଲାଭ କଲେ ବିଧାୟକ ଶିତାଶୁ ଶେଖର ମହାପାତ୍ର। ସଭାପତି ବ୍ରଜ କିଶୋର ଖୁଣ୍ଟିଆ କହିଥିଲେ ସେ ଗ୍ରାମ କୁ ଆଜି ପର୍ଯ୍ୟନ୍ତ କୈାଣସି ନେତା ଆସି ନଥିଲେ ପ୍ରଥମ ଥର ପାଇଁ ବିଧାୟକ କୁ ନିମନ୍ତ୍ରଣ କରିଥିଲେ। ଗାଁ କୁ ରାସ୍ତା ନଥିବା ରୁ ବିଧାୟକ ଙ୍କ ସହିତ ଆଲୋଚନା କରିଥିଲେ ବହୁ ବରିଷ୍ଠ ଶ୍ରଦ୍ଧାଳୁ ସମାଗମ ହୋଇଥିଲା ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ କଳସ ଶୋଭା ଯାତ୍ରା ରେ ଭାଗ ନେଇଥିଲେ। ଯଜ୍ଞ ବେଦ ପାଠ ଅନୁଷ୍ଠିତ ହୋଇଥିଲା। ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥିଲା।ଗ୍ରାମ ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।

Leave a Reply

Your email address will not be published. Required fields are marked *