କୋଣାର୍କ ଯାତ୍ରୀନିବାସରେ ରଜ ଉତ୍ସଵ,ଦୋଳି ଖେଳ ଓ ପାରମ୍ପରିକ ପିଠାପଣା ସାଜିଲା ଆକର୍ଷଣ
ଓଡିଶାର ମୁଖ୍ୟ ପର୍ବ ବିଶେଷ ଭାବେଓଡ଼ିଆଙ୍କର ବାର ମାସରେ ତେର ପର୍ଵ ମଧରୁ ରଜପର୍ବ ଅନ୍ୟତମ। ପ୍ରତିବର୍ଷ ଜୁନ ମାସରେ ଓଡ଼ିଆ ମାନେ ବିଶେଷ କରି କୁଆଁରୀ ଝିଅ ମାନେ ରଜ ପର୍ବକୁ ଅତି ଧୁମଧାମରେ ୩ ଦିନ ଧରି ପାଳନ କରିଥାନ୍ତି। ଏହି ରଜ ପର୍ବ କୁ ନେଇ ଆଜିଠାରୁ ୩ ଦିନ ଧରି କୋଣାର୍କ ରେ ବିଭିନ୍ନ ସଂଗଠନ ପକ୍ଷରୁ ରଜ ପାଳନ କରାଯାଉଥିଲା ବେଳେ ବିଶେଷ ଭାବେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀଙ୍କ ତତ୍ୱାବଧାନ ରେ କୋଣାର୍କ ଯାତ୍ରୀନିବାସ ରେ ପହିଲି ରଜ ଅବସରରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଦ୍ୱାରା ଯାତ୍ରୀନିଵାସ ପରିସରରେ ସୁସଜ୍ଜିତ ରଜ ଦୋଳିର ବ୍ୟବସ୍ଥା କରାଯିବା ସହିତ ସ୍ୱତନ୍ତ୍ର ପିଠା ଷ୍ଟଲ୍ ଖୋଲାଯାଇଛି।Vol- 1- ୩ ଦିନ ପାଇଁ ଏହି ରଜ ଉତ୍ସବ କୁ ପାରମ୍ପରିକ ରୀତିରେ ରେ ଆଡ଼ମ୍ବରପୂର୍ଣ ଭାବେ ପାଳନ କରାଯାଉଛି । ଆଧୁନିକ ଯୁଗରେ ଓଡିଶା ପାରମ୍ପରିକ ପିଠା ଗୁଡିକୁ ଉଜ୍ଜଜିବିତ କରି ରଖୁବ ପାଇଁ କୋଣାର୍କ ପର୍ଯ୍ୟଟନ ବିଭାଗ ର ଓଟିଡିସି ପକ୍ଷରୁ ଯାତ୍ରୀନିଵାସର ରିସେପ୍ସନ ଲଵି ନିକଟରେ ଖୋଲାଯାଇଥିଲା ଏକ ପିଠା ଷ୍ଟଲ । ଏହି ପିଠା ଷ୍ଟଲ ରେ ଓଡିଶା ର ବିଭିନ୍ନ ପିଠା ସହିତ ବିଶେଷ ଭାବେ ପୋଡପିଠା,ସିଝା ମଣ୍ଡା, ଅରିଶା ,କାକରା, ଚଷକୁଳି,ଛେନାପୋଡ଼,ମଣ୍ଡା ପିଠା ଆଦି ତିଆରି କରାଯାଇ ପର୍ଯ୍ୟଟକ ମାନଙ୍କୁ ପ୍ରଥମ ଦିନରେ ମାଗଣା ଏହି ପିଠା ଗୁଡିକୁ ଖାଇବାକୁ ଦେବା ସହିତ ଦୋଳି ଖେଳର ସମସ୍ତ ବ୍ୟବସ୍ଥା କରାଯାଇଛି।

vol2- କୋଣାର୍କ ଯାତ୍ରୀ ନିବାସରେ ବିଭିନ୍ନ ସମ୍ରାଦାୟ ତଥା ଲଖ୍ୟାଲଘୁର ଝିଅ ଓ ମହିଳା ମାନେ ରଜ ଉତ୍ସବ ଗୀତ ଗାଈ ଏହି ରଜ ଉତ୍ସବରେ ସାମିଲ ହେବ ସହ ରାଜ୍ୟ ବାହାରୁ ଆସିଥିବା ଅନେକ ପର୍ଯ୍ୟଟକ ଓଡ଼ିଆ ପରମ୍ପରା ଓ ସଂସ୍କୃତିରକୁ ରଜ ଉତ୍ସବର ଭରପୁର ମଜ୍ଜା ଉଠାଇଥିଲେ। ସଂଖ୍ୟାଧିକ ପର୍ଯ୍ୟଟକ ଏଠି ଦୋଳି ଖେଳର ମଜା ଉଠାଇବା ସହିତ ରଜ ପାନ ପୋଡପିଠା ଓ ପାରମ୍ପରିକ ଓଡ଼ିଆ ପିଠା ଖାଇ ଖୁବ ଆନନ୍ଦିତ ହୋଇ ଏହି ରଜ ଉତ୍ସଵକୁ ଉପଭୋଗ କରୁଥିବା ଦେଖାଯାଇଥିଲା । ଆଜିର ଏହି ରଜ ଉତ୍ସବକୁ କୋଣାର୍କ ଥାନା ଅଧିକାରୀ ପୂର୍ଣ ଚନ୍ଦ୍ର ସେଠୀ, ଯାତ୍ରୀ ନିବାସ ପରିଚାଳକ ଵାପିରଞ୍ଜନ ସାହୁ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ଫିତା କାଟି ଉଦ୍ଘାଟନ କରିଥିଲେ । ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଯାତ୍ରୀ ନିବାସରେ ଓଡ଼ିଶାର ଏହି ଗଣ ପର୍ବ ରଜ ଉତ୍ସଵ ପାଳନ ପୂର୍ବକୁ ଓଡ଼ିଶାର ପାରମ୍ପରିକ ଖାଦ୍ୟ କୁ ବଞ୍ଚାଇ ରଖିବା ପ୍ରୟାସ ରେ ପିଠା ଖାଇବାର ବ୍ୟବସ୍ଥା କରିଥିବା କୁ ନେଇ ପର୍ଯ୍ୟଟନ ମହଲରେ ରେ ଖୁବ ପ୍ରଶଂସା କରାଯାଇଛି।
