ସାଙ୍ଗର ଛାତିରେ ଛୁରୀ ଭୁସି ହତ୍ୟା କଲା ସାଙ୍ଗ

ଗଣିଆ : ଆଜି ଗଣିଆ ଥାନା କିଶୋର ପ୍ରସାଦ ପଂଚାୟତ ପାଣ୍ଡରାସିଂହା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା. ଗ୍ରାମର ପୁରୁସୋତ୍ତମ ପ୍ରଧାନ ଏବଂ ତାଙ୍କ ବନ୍ଧୁଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ପୁରୁଷୋତ୍ତମ ବନ୍ଧୁ ଉତକ୍ଷିପ୍ତ ହୋଇ ପୁରୁଷୋତ୍ତମ କୁ ଏକ ଧାରୁଆ ଛୁରୀରେ ଛାତିକୁ ଭୁସି ଦେଇଥିଲେ. ପରେ ପୁରୁଷୋତ୍ତମ କୁ ପରିବାର ଲୋକେ ଗଣିଆ ମେଡିକାଲରେ ଭର୍ତି କରିଥିବା ବେଳେ ଡାକ୍ତର ସେଠାରେ ପୁରୁଷୋତ୍ତମ କୁ ମୃତ ଘୋଷଣା କରିଛନ୍ତି।

ଘଟଣାରେ ସଂପୃକ୍ତ ସୁନିଆ ରାଉତଙ୍କୁ ଗ୍ରାମବାସୀ ଅଟକ ରଖି ଗଣିଆ ପୋଲିସକୁ ଖବର ଦେଇଥିଲେ ।ଘଟଣା ସ୍ଥଳରେ ଗଣିଆ ପୋଲିସ ପହଞ୍ଚି ସଂପୃକ୍ତ ସୁନିଆ ରାଉତଙ୍କୁ ଥାନାକୁ ଆଣିବା ସହିତ ଛାନବିନ ଜାରି ରଖିଥିବା ସୂଚନା ମିଳିଛି ।

ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *