ଟାଟା ପାୱାର ପକ୍ଷରୁ ନିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ
ଘଟଗାଁ-ଟାଟା ପାୱାର ପକ୍ଷରୁ ଘଟଗାଁ ସବଡ଼ିଭିଜନ ର ଢେଂକିକୋଟର ନୁସୁରୀପଶିରେ ନିଷ୍ଠା ଅନୁଷ୍ଠିତ ହୋଇଯାଇଛି!କାର୍ଯ୍ୟକ୍ରମରେ ବହୁମାତ୍ରାରେ ବିଦୂତ ଉପଭୋକ୍ତା ଯୋଗ ଦେଇଥିବା ବେଳେ ସେଥିରୁ ମିଟର ସମସ୍ୟା ର ସମାଧାନ, ବିଲ ର ସଂସୋଧନ, ବିଲ ମିଳିନଥିବା ଲୋକଙ୍କୁ ବିଲ ର ବ୍ୟବସ୍ଥା କରାଯାଇଥିଲା!ଘଟଗାଁ ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧିକାରୀ ରଣଞ୍ଜିତ ବେହେରା କାର୍ଯ୍ୟକ୍ରମରେ ଯୋଗ ଦେଇ ଉପଭୋକ୍ତା ମାନଙ୍କୁ ସମସ୍ୟାର ସମାଧାନ କରିଥିଲେ। ବିଲ ପରିଚାଳକ ଜେ ଇ ଦେବାଶିଷ ସ୍ୱାଇଁ , କିରାଣୀ ଅତନୁ କୁମାର ସାହୁ,ଲାଇନ ମ୍ୟାନ ବିରେନ ଜେନା,ଅନିଲ ମହାନ୍ତ ଓ ଆକାଂକ୍ଷା ର ସୁପରଭାଇଜର ମନୋଜ କୁମାର ବେହେରା ପ୍ରମୁଖ ଯୋଗ ଦେଇ ନିଷ୍ଠା କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି।
ରିପୋର୍ଟ- କେନ୍ଦୁଝରରୁ ମନୋଜ କୁମାର ବେହେରା।
