ମିଶନ ଡ଼ାଇରିଆକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗଙ୍କ ଢେଙ୍କାନାଳ ଗ୍ରସ୍ତ।

Date -16/6/2025 -ଢେଙ୍କାନାଳ ଜିଲ୍ଲାରେ ଡ଼ାଇରିଆ ରୋଗକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ଡ଼ାଇରିଆ ନିରାକରଣ ଅଭିଯାନ। ଏହି ପରିପେକ୍ଷିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ,ଓଡିଶା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଚେୟାରମ୍ୟାନ ତଥା ବିଧାୟକ ବିଭୂତି ପ୍ରଧାନ, ସାଂସଦ ରୁଦ୍ର ନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶତୃଘ୍ନ ଜେନା,ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ,ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ସିଡିଏମଓ ସଞ୍ଜୟ କୁମାର ମହାପାତ୍ର ପ୍ରମୁଖ ଭୁବନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହିତ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ କ୍ୟାବିନ, ବ୍ଲଡ଼ ବ୍ୟାଙ୍କ, ଏଆରଟି ସେଣ୍ଟର, ଡାକ୍ତର ନିଯୁକ୍ତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଖୁବଶୀଘ୍ର ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁତ କିଛି ପରିବର୍ତ୍ତନ ସହିତ ବିଭିନ୍ନ ସମସ୍ୟାର ଦୂରୀକରଣ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *