ଗାଁରେ ବୁଲି ବାର୍ତ୍ତା ପହଞ୍ଚାଇଲା ବିକାଶ ରଥ।

ରଘୁନାଥପୁର:- ରାଜ୍ୟ ସରକାରଙ୍କ ଏକବର୍ଷ ପୁର୍ତ୍ତି ଅବସରରେ ବିକାଶ ରଥ ରଘୁନାଥପୁର ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମକୁ ଜାଇ ବିକାଶର ବାର୍ତ୍ତା ପହଞ୍ଚାଇ ଜନ ସଚେତନତା ସୃଷ୍ଟି କରିଛି।ସୋମବାର ଅପରାହ୍ନରେ ତାରପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ସରପଞ୍ଚ ସୁଷମା ମଲ୍ଲିକ ବିକାଶ ରଥକୁ ସ୍ୱାଗତ କରିଥିଲେ।ପିଇଓ ଦୀପକ ଦେସୁରି ଓ ଏମ୍ବିକେ ନମିତା ଭୂୟାଁଙ୍କ ତତ୍ତ୍ଵାବଧାନରେ ରଥ ଅଛୁତପୁର, ଗୋକୁଳପୁର, ହରିଶପୁର ଓ ଖଣ୍ଡତରି ଗ୍ରାମ ପରିଭ୍ରମଣ କରିଥିଲା।ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଦାସ,ଜିପିଏଲଏଫ ସଭାନେତ୍ରୀ ସ୍ଵାତୀ ସୁଚରିତା ମହାନ୍ତି, ସାମାଜିକ କର୍ମୀ ପ୍ରଭାକର ମଲ୍ଲିକ, ଏଡ଼ିଇଓ ସରୋଜ ସ୍ବାଇଁ, ବିଭିନ୍ନ ଗ୍ରାମର ସିଆରପି,ଏନଏମ କର୍ମୀ, ଅଙ୍ଗନୱାଡ଼ି କର୍ମୀ, ଆଶା ଓ ମହିଳା ଗୋଷ୍ଠୀର ସଦସ୍ୟାମାନେ ଏଥିରେ ସାମିଲ ହୋଇଥିଲେ।ରଥ ବୁଲିବା ସମୟରେ କେତେକ ହିତାଧିକାରୀଙ୍କୁ ହାତପାଆନ୍ତାରେ ପକ୍କାଗୃହର କାର୍ଯ୍ୟାଦେଶ ପ୍ରଦାନ କରାଯିବା ସହ ଲୋକଙ୍କ ଅଭିଯୋଗ ଫର୍ଦ୍ଦ ଗ୍ରହଣ କରାଯାଇଥିଲା।ବିଭିନ୍ନ ଗ୍ରାମରେ ମହିଳାମାନେ ଝୋଟି ମୁରୁଜ ପକାଇ ରଥକୁ ସ୍ବାଗତ କରିବା ସହ ହୁଳହୁଳି ଓ ପୁଷ୍ପ ପକାଇ ବନ୍ଦାପନା କରିଥିଲେ। ଅନୁରୁପ ଭାବେ ବିକାଶ ରଥ ପୂର୍ବାହ୍ନରେ ଗୁଆଳିପୁର ପଞ୍ଚାୟତ ବୁଲି ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଥିଲା। ସେଠାରେ ସରପଞ୍ଚ ମନଯିନି ସାହୁ ରଥକୁ ସ୍ୱାଗତ ଜଣାଇଥିଲେ।

Leave a Reply

Your email address will not be published. Required fields are marked *