ଚନ୍ଦୁରାସ୍ଥିତ ଦାରୁବ୍ରହ୍ମ ପୀଠରେ ମହାସମାରୋହରେ ରଜ ମହୋତ୍ସବ ପାଳିତ ହୋଇଯାଇଛି l

ଜଗତସିଂହପୁର – ୧୭. ୬- ଜଗତସିଂହପୁର ଜିଲ୍ଲାର ଅଗ୍ରଗଣ୍ୟ ନାଟ୍ୟ ଅନୁଷ୍ଠାନ ବାଣିକ୍ଷେତ୍ର ନାଟ୍ୟ ପରିଷଦ ଚଳିତ ବର୍ଷ ଅନୁଷ୍ଠାନ ତରଫରୁ ଚନ୍ଦୁରାସ୍ଥିତ ଦାରୁବ୍ରହ୍ମ ପୀଠରେ ମହାସମାରୋହରେ ରଜ ମହୋତ୍ସବ ପାଳିତ ହୋଇଯାଇଛି l ଅନୁଷ୍ଠାନ ସଭାପତି ନାଟ୍ୟ ନିର୍ଦେଶକ ଉତ୍କଳ ରଂଜନ, ମହାନ୍ତି ଙ୍କ ତତ୍ୱାବଧାନରେ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା, ଓଡିଶୀ ନୃତ୍ୟ, ପୁଚି, ପାନଭାଙ୍ଗ, ଦୋଳି ର ଆୟୋଜନ କରାଯିବା ସହିତ ରଜତ୍ସବକୁ ଧୂମଧାମରେ ପାଳିତ କରାଯାଇଥିଲା, ଅନୁଷ୍ଠାନ ଉପସଭାପତି ସଞ୍ଜୟଦାସ, ସହସମ୍ପାଦକ ତରୁଣ ରାଉତରାଏ, କୋଷାଧକ୍ଷ ଦୃଯ୍ୟଧନରାଉତ, ନାଟ୍ୟ ସମ୍ପାଦକ ସାଗରମୟ ସ୍ୱାଇଁ, ପ୍ରସନ ବାରିକ, ସୁରେଶ ପ୍ରଧାନ, ମ୍ୟାନେଜର ରତିକାନ୍ତ ସାହୁ, ସତ୍ୟଜିତ ଦୁବେ, ଶାନ୍ତିପ୍ରିୟା ସ୍ୱାଇଁ, ଲିପ୍ସା ଦାସ, ବର୍ଷା, ଡୁ ନୁ, ମାମା, ଜ୍ୟୋତି, ଅଜିତ, ଟୁଟୁ, ମିଟୁ, ଓ ଅନ୍ୟ ସଦସ୍ୟ, ସଦସ୍ୟା ମାନେ ଯୋଗଦେଇ ଏହି କାର୍ଯ୍ୟ କ୍ରମକୁ ସରସ ସୁନ୍ଦର କରିବା ସହିତ ଭୋଜିଭାତର ଭରପୁର ଆନନ୍ଦ ନେଇଥିଲେ l

Leave a Reply

Your email address will not be published. Required fields are marked *