୭୬ ବର୍ଷର ସ୍ବପ୍ନ ପୂରଣ କଲା ହେଲ୍ପ ଇଣ୍ଡିଆ ଗଞ୍ଜାମ ପରିବାର.. ମିଟ୍ରିକିଆ ବାସୀ ଚାଖିଲେ ଆଲୁଅର ସ୍ୱାଦ

ଭଞ୍ଜନଗର :ହେଲ୍ପ ଇଣ୍ଡିଆ କଥାରେ ନୁହେଁ କାମରେ ବିଶ୍ୱାସ କରେ। ପାହାଡ଼ର ମଧ୍ୟ ଭାଗରେ ୨୨ ପରିବାର କୁ ନେଇ ମିଟ୍ରିକିଆ ଗ୍ରାମ ଗଠିତ। ବାହ୍ୟ ଜଗତରୁ ସମ୍ପୂର୍ଣ ରୂପେ ବିଛିର୍ନ ଥିବା ଦଦରାଲୁଣ୍ଡା ପଂଚାୟତ ର ମିଟ୍ରିକିଆ ଗ୍ରାମରେ ପହଁଞ୍ଚି ଥିଲା ହେଲ୍ପ ଇଣ୍ଡିଆ ଗଞ୍ଜାମ ପରିବାର । ସେଠାକାର ଅସୁବିଧ ସମ୍ପର୍କ ରେ ଜାଣିବା ପରେ ସେହି ଅଂଚଳ ରେ ବିଜୁଳି ର ସୁବିଧା ଯୋଗାଇବାର ପ୍ରତିଶୃତି ଦିଆଯାଇଥିଲା। ହେଲ୍ପ ଇଣ୍ଡିଆ ଗଞ୍ଜାମ ସଭାପତି ଶିବ ଶଙ୍କର ପ୍ରଧାନ ଙ୍କ ନେତୃତ୍ୱ ରେ ଫାଉଂଡେର ପ୍ରଶାନ୍ତ କୁମାର ମହାନ୍ତି, ଯୁବ ସରପଞ୍ଚ ଶିବ ଶଙ୍କର ପ୍ରଧାନ, ମୁଜାଗଡ଼ ହେଲ୍ପ ଇଣ୍ଡିଆ ସଦସ୍ୟ ବଳରାମ ସାହୁ, ଦିପୁ ଡାକୁଆ, ସରୋଜ ବିଷୋୟୀ, ଅଜୟ ନାୟକ, ଲିପୁ ଡାକୁଆ, ମଣ୍ଟୁ ନାୟକ, ନାରାୟଣ ନାୟକ, ଜଗନ୍ନାଥ ପ୍ରଧାନ, ଆଶିଷ ଗୌଡ଼, ବାପି, ସୁଶୀଲ, ବିଶାଳ ଙ୍କ ସହାୟତା ରେ ମିଟ୍ରିକିଆ ଗ୍ରାମରେ ପ୍ରତି ସାହି ରେ ସୋଲାର ଲାଇଟ ସଂଯୋଗ କରାଯାଇଥିଲା ।ଯେଉଁ ଗ୍ରାମରେ ମଣିଷ ପହଁଞ୍ଚିବା ଅସମ୍ଭବ ମାନେ ହେଉଥିଲା ଆଜି ତାହା ସମ୍ଭବ କରି ଦେଖାଇଛି ହେଲ୍ପ ଇଣ୍ଡିଆ ପରିବାର । ୪ଟି ପାହାଡ଼ ଡେଇଁ ଦୀର୍ଘ ୮ କିଲୋମିଟର ପାଦରେ ଚାଲି ସେଠାରେ ପହଁଞ୍ଚି ଥିଲେ ସମସ୍ତ ସଦସ୍ୟ । ଗଞ୍ଜାମ ପରିବାରର ଏହିପରି ଦୁଃଶାହାସିକ କାର୍ଯ୍ୟକୁ ଅଂଚଳ ବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *