କଳ୍ପନା କ୍ଲବର ସମାଜ ପାଠକ ବିଚାର ମଞ୍ଚ ପକ୍ଷରୁ କବିତା ପାଠ ଉତ୍ସବ
କାମାକ୍ଷାନଗର :-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରର ସର୍ବ ପୁରାତନ କଳ୍ପନା କ୍ଲବ ଓ ସମାଜ ପାଠକ ବିଭିଚାର ମଞ୍ଚ ର ମିଳିତ ଉଦ୍ୟମ ରେ କ୍ଲବ ପରିସରରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମାଜ ପାଠକ ବିଚାର ମଞ୍ଚ ର ସଭାପତି ପ୍ରଫୁଲ କୁମାର ପାଣି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କବିତା ପାଠ ଉତ୍ସବ ରେ କଳ୍ପନା କ୍ଲବ ର ଉପ ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ପାଠକ ବିଚାର ମଞ୍ଚ ର ଉପଦେଷ୍ଟା ମେଜର ପ୍ରଭାତ କୁମାର ଦାସ, ଅଧ୍ୟାପକ ଜ୍ଞାନରଂଜନ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ସମାଜ ପାଠକ ବିଚାର ମଞ୍ଚ ର ସମ୍ପାଦକ ଅଧ୍ୟାପକ ଶରତ ଚନ୍ଦ୍ର ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ବିଚାର ମଞ୍ଚ ର ଆବାହକ ଶୁଭାମା ନନ୍ଦ ଙ୍କ ର ଅଭ୍ୟାଗତ ରେ ଅନୁଷ୍ଠିତ କବିତା ପାଠ ଉତ୍ସବ କାର୍ଯ୍ୟକ୍ରମ ରେ ସଂଯୋଜକ ନିରଞ୍ଜନ ସାହୁ ସଂଯୋଜନା କରିଥିଲେ । ସହ ସମ୍ପାଦକ ଅଧ୍ୟାପକ ସୁନୀଲ କୁମାର ଗୌଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉପସଭାପତି ଶ୍ରୀରାମ ଦାସ ଧନ୍ୟବାଦ ଦେଇଥିଲେ । ଏଥିରେ କବି ମଣ୍ଟୁ ପ୍ରଧାନ, କରୁଣାକର ମଲ୍ଲିକ, ମାୟାଧର ନାୟକ, ବିମଳ କୁମାର ପରିଡା, ପ୍ରମୁଖ ବହୁ ମାନ୍ୟଗନ୍ୟ କବି ଯୋଗ ଦେଇଥିଲେ ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
