ବୀର ବୈଷ୍ଣବ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ
କାମାକ୍ଷାନଗର– ଢେଙ୍କାନାଳ ଜିଲ୍ଲାର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ପୂର୍ବତନ ଲୋକସଭା ସଦସ୍ୟ ଓ ପ୍ରଜାମଣ୍ଡଳ ଆନ୍ଦୋଳନ ର କର୍ଣ୍ଣଧାର ବୀର ବୈଷ୍ଣବ ପଟ୍ଟନାୟକ ଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଢେଙ୍କାନାଳ ସୁରକ୍ଷା ସମିତି ପକ୍ଷରୁ ପ୍ରିୟବ୍ରତ ଗଡନାୟକ ଙ୍କ ଆବାହକତ୍ବରେ ସହର ସ୍ଥିତ ପୁରୁଣା ଜିଲ୍ଲାପରିଷଦ ହଲ୍ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବୀର ବୈଷ୍ଣବ ପଟ୍ଟନାୟକ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମ୍ମାନୀୟ ଅତିଥି ଭାବେ କବି ମନୋରଞ୍ଜନ ନନ୍ଦ, ଶୀଳ୍ପି ପରେଶ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।ବୀର ବୈଷ୍ଣବ ପଟ୍ଟନାୟକ ଙ୍କ ଦୁଇ ପୁତ୍ର ଏଥିରେ ସାମିଲ ହୋଇ କିଛି ସ୍ମରଣୀୟ ଗାଥା ଉପସ୍ଥାପନା କରିଥିଲେ ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
