ଅଙ୍ଗନୱାଡି ଚାକିରି କରାଇଦେବା ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ସିଡିପିଓ ଓ କିରାଣୀ
ରାୟଗଡ଼ା ୨୩-୬-୨୫ ରାୟଗଡା ଜିଲ୍ଲା ଅନ୍ତର୍ଗତ ବିଷମ କଟକ ବ୍ଲକର ଶିଶୁ ବିକାଶ ଅଧିକାରୀ ସୁଶିଲା ଶବର ଓ କିରାଣୀ ରାମ ଚନ୍ଦ୍ର ପାତ୍ର ଅଙ୍ଗନୱାଡ଼ି ଚାକିରି କରାଇଦେବା ପାଇଁ ଅଶି ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ କୁମ୍ଭାର ଧାମୁଣୀ ଥେରୁବାଲି ରାସ୍ତା ରେ ଗିରଫକରିଥିବା ଜଣାପଡିଛି। ସୂଚନା ମୁତାବକ ବିଷମ କଟକ ବ୍ଲକ ଅନ୍ତର୍ଗତ କୁର୍ଲୀ ପଞ୍ଚାୟତର ହୁଟେଶି ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଶ୍ରୀ ଲାଲୁ ସିକକାଙ୍କ ସ୍ତ୍ରୀଙ୍କୁ ଚାକିରୀ କରାଇ ଦେବା ପାଇଁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ଦେବା ପାଇଁ କଥା ଛିଣ୍ଡିଥିଲା । ସ୍ତ୍ରୀ ଙ୍କ ଚାକିରି ବାବଦକୁ ଲାଲୁ ସିକକା ଆଗୁଆ କୋଡିଏ ହଜାର ଟଙ୍କା ଫୋନ ପେ ମାଧ୍ୟମରେ ଶିଶୁ ବିକାଶ ଅଧିକାରୀଙ୍କୁ ଦେଇଥିଲେ। ଆଜି ଅଶି ହଜାର ଟଙ୍କା ଦେଉଥିବା ସମୟରେ ରାୟଗଡ଼ା ଭିଜିଲାନ୍ସ୍ ଟିମ୍ କୁମ୍ଭାର ଧାମୁଣୀ ଓ ଥେରୁବାଲି ରାସ୍ତା ରେ ଅପେକ୍ଷା କରି ବସିଥିଲେ। ବିଷମ କଟକ ଠାରୁ ଫେରି ନିଜ ବାସ ସ୍ଥଳି ରାୟଗଡ଼ା କୁ ଶିଶୁ ବିକାଶ ଅଧିକାରୀ ଯିବା ସମୟରେ ମାଡ଼ି ବସି (ସି ଡି ପି ଓ)ଶ୍ରୀମତି ସୁଶୀଳା ଶବର ଓ କିରାଣୀ ରାମ ଚନ୍ଦ୍ର ପାତ୍ର ଙ୍କୁ ଗିରଫ କରିଥିଲେ । ଘଟଣା ସ୍ଥଳରୁ ଅନେକ ପ୍ରମାଣ ସଂଗ୍ରହ କରିବା ସହ ତାଙ୍କୁ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ସରକାରୀ ଅଧିକାରୀ ମାନେ ଯଦି ଏପରି ଲାଞ୍ଚ ଖୋର ମନୋଭାବ ନେଇ କାମ କରିବେ ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି।ଏନେଇ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।ଏହି ଚଢ଼ାଉ ଜୟପୁର ଏବଂ ରାୟଗଡ ଦୁର୍ନୀତି ନିବାରଣ ବିଭାଗ ତରଫରୁ ମିଳିତ ଭାବେ କରାଯାଇଥିବା ଜଣାପଡିଛି।
ରାୟଗଡା ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।
