ଜଗତସିଂହପୁର ଧ୍ୟାନକୁଦ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ

-ଜଗତସିଂହପୁର ଜିଲାର ପଞ୍ଚସଖା ପୀଠ ଧ୍ୟାନକୁଦ ଶ୍ରୀଜଗନ୍ନାଥ ମନ୍ଦିର ରେ ଘୋଷ ଯାତ୍ରା ଆୟୋଜିତ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଉ ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିଛନ୍ତି । ପାଞ୍ଚଶଖା ମାନଙ୍କର ସାଧନା ସ୍ଥଳ ଧ୍ୟାନ କୂଦ ଠାରେ ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କର ମାତା ପଦ୍ମାବତୀଙ୍କୁ ଧ୍ୟାନ ବଳରେ ମହାପ୍ରଭୁଙ୍କ ରଥଯାତ୍ରା ଦର୍ଶନ କରାଇଥିଲେ । ସେହି ସ୍ମୃତି କୁ ଦୃଷ୍ଟିରେ ରଖି ଏଠାରେ ପଞ୍ଚଦଶ ଶତାବ୍ଦୀରୁ ରଥ ସଦୃଶ ଶ୍ରୀମନ୍ଦିରରେ ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ପୂଜା ପାଇ ଆସୁଛନ୍ତି । ଆଜି ମହାପ୍ରଭୁଙ୍କ ରଥଯାତ୍ରା ମହାଆଡମ୍ବର ସହିତ ପାଳନ କରାଯାଇଥିବା ବେଳେ ପାଗ ଅନୁକୂଳ ଥିବାରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଭିଡ଼ ପରିଲକ୍ଷିତ ହୋଇ ଥିଲା ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *