ନୂଆଗଡ ରେ ମାଉସୀ ମା ମନ୍ଦିର କୁ ବିଜେକଲେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଦିଗାମ୍ବରପୁର ଗ୍ରାମ ପଞ୍ଚାୟତ ର ନୂଆଗଡ ଗ୍ରାମରେ ପାରମ୍ପାରିକ ରିତିରେ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଶ୍ରୀ ଶ୍ରୀ ତୃତୀୟ ଦେବ ଜୀଉ‌‌ ବିଜେ ନୂଆଗଡ ପରିଚାଳନା କମିଟିର ସଭାପତି ବିଜୟ କୁମାର ସାମନ୍ତ ଙ୍କ ଦ୍ଵାରା ଛେରାପହଁରା କାର୍ଯ୍ୟ ସମ୍ପନ୍ନ ହେବାପରେ ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଙ୍କୁ ରଥାରୂଢ଼ କରାଯାଇ ମାଉସୀ ମା ମନ୍ଦିର କୁ ନିଆଯାଇଥିଲା। ନୂଆଗଡ ଗ୍ରାମ ବାସୀ ଙ୍କ ଅକୁଣ୍ଠ ସହଯୋଗ ରେ ସହସ୍ରାଧିକ ଜନସାଧାରଣ ଉପସ୍ଥିତ ହୋଇ ପ୍ରଭୁ ଙ୍କ ଦର୍ଶନ କୃପା ଲାଭ କରିଥିଲେ। ସହସ୍ରାଧିକ ଜନସାଧାରଣ ଙ୍କ ପାଇଁ ପ୍ରସାଦ ବ୍ଯବସ୍ଥା କରାଯାଇଥିଲା।

କମିଟି ର ସମ୍ପାଦକ ଅଶୋକ ମହାପାତ୍ର ଙ୍କ ଦ୍ବାରା ପୂଜା ବିଧି ସମ୍ପାଦିତ ହୋଇଥିଲା। ଗ୍ରାମ ସଂଗଠନ ସଭାପତି ନିଳମଣୀ ପାତ୍ର, ସମ୍ପାଦକ ପଙ୍କଜ କୁମାର ଜେନା ସମାଜସେବୀ ଅରୁଣ ମହାପାତ୍ର , ପ୍ରଶାନ୍ତ କୁମାର ପାତ୍ର ଓ ଯତୀଶ ମହାପାତ୍ର ଙ୍କ ଦ୍ବାରା ରଥ ଯାତ୍ରା ପରିଚାଳନା କରାଯାଇଥିଲା।ଧାରାବିବରଣୀ ପ୍ରଦାନ କରିଥିଲେ ସଞ୍ଜୟ କୁମାର ସାମନ୍ତ, ଯୁଗଳ କିଶୋର ଦାସ ବିରେନ୍ଦ୍ର କୁମାର ସାମନ୍ତ, ଅଧ୍ୟାପକ ଶ୍ରୀକାନ୍ତ ସାମନ୍ତ ଓ ଡଃ ଅମୀୟ ମହାପାତ୍ର। ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ହୋଇ ରଥ ଯାତ୍ରା କୁ ଉପଭୋଗ କରିଥିଲେ।

Leave a Reply

Your email address will not be published. Required fields are marked *