ବରିଷ୍ଠ ଅଧ୍ୟାପକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା।
ରଘୁନାଥପୁର:- ରଘୁନାଥପୁର ବ୍ଲକ ରେଢୁଆ ସ୍ଥିତ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଓଡିଆ ବିଭାଗର ବରିଷ୍ଠ ଅଧ୍ୟାପକ ଗଦାଧର ପାଣିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ସଭାରେ କଲେଜର ଅଧ୍ୟକ୍ଷ ସରୋଜ କୁମାର ପଣ୍ଡା ପୌରହିତ କରି ଅଧ୍ୟାପକ ପାଣିଙ୍କ ଶୈଖିକ ମନବୃତ୍ତି ଓ ଛାତ୍ରବତ୍ସଳତାକୁ ପ୍ରଶଂସା କରିବା ସହ କଲେଜ ସର୍ବଦା ତାଙ୍କର ଅନୁପସ୍ଥିତକୁ ଅନୁଭବ କରିବ ବୋଲି ମତବ୍ୟକ୍ତ କରିଥିଲେ।ପୁର୍ବତନ ଅଧକ୍ଷ ରମାରଞ୍ଜନ ସ୍ବାଇଁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ଉନ୍ନତି କ୍ଷେତ୍ରରେ ଅଧ୍ୟାପକ ପାଣି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ର ଓ ସହକର୍ମୀଙ୍କ ପକ୍ଷରୁ ପାଣିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ ପ୍ରତାପ କୁମାର ଲେଙ୍କା ସଭା ପରିଚାଳନା ଓ ଅଧ୍ୟାପିକା ସୌମ୍ୟା ମହାନ୍ତି ଧନ୍ୟବାଦ ଦେଇଥିଲେ।ଶେଷରେ ସୁଜାତା ଦାସଙ୍କ ବେଦମନ୍ତ୍ର ଉଚ୍ଚାରଣରେ ସହକର୍ମୀ ଓ ଶିକ୍ଷା କର୍ମଚାରୀମାନେ ଏକ ଶୋଭାଯାତ୍ରାରେ ଅଧ୍ୟାପକ ପାଣିଙ୍କୁ ବିଦାୟ ଦେଇଥିଲେ।
