ଶ୍ରାବଣ ଜଳାଭିଷେକ ପାଇଁ ପ୍ରସ୍ତୁତି ବୈଠକ।

ଗୋରେଖନାଥ ପୀଠ।ରଘୁନାଥପୁର:-୩୦/୬(ପି ଏନ ଏସ )ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କେରେକେରା ସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠରେ ଆସନ୍ତା ଜୁଲାଇ ୧୪ ତାରିଖରୁ ଆରମ୍ଭ ହେଉଥିବା ଶ୍ରାବଣ ଜଳାଭିଷେକ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଅଧ୍ୟକ୍ଷତା କରିଥିଲେ।ଦୁଇବର୍ଷ ତଳୁ ମନ୍ଦିର ଓ ମୁଖଶାଳାର ଜଏଣ୍ଟ ମୁହଁରୁ ବର୍ଷା ପାଣି ଭିତରେ ପଡି ଭକ୍ତଙ୍କ ଭକ୍ତିୟ ଭାବନାରେ ଆଘାତ ପହଞ୍ଚାଇବା ଏବଂ ପୂଜକଙ୍କ ସେବାକାର୍ଯ୍ୟରେ ସମସ୍ୟା ସୃଷ୍ଟି କରୁଥିବା ସମ୍ପର୍କରେ ସେବାୟତ ଆଲୋକ ପଣ୍ଡା ଉପଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ।ଉପଜିଲ୍ଲାପାଳ ତରାଇ ଏଥିରେ ଉଦବେଗ ପ୍ରକାଶ କରିବା ସହ ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏହାଛଡା ରଘୁନାଥପୁର ବିଡିଓଙ୍କ ତତ୍ତ୍ଵାବଧାନରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏହାକୁ ତଦାରଖ କରିବା ପାଇଁ ବୈଠକ ସ୍ଥଳରୁ ଫୋନ ଯୋଗେ ବିଡିଓଙ୍କୁ ଅବଗତ କରିଥିଲେ।ସେହିପରି ରେଳଷ୍ଟେସନରୁ ପୀଠକୁ ସଂଯୋଗ କରୁଥିବା ରାସ୍ତା ଯାତାୟାତ ପାଇଁ ଅନୁପଯୋଗୀ ହୋଇପଡିଛି।ଉକ୍ତ ରାସ୍ତାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରି ଭକ୍ତଙ୍କ ଯାତାୟାତକୁ ସୁଗମ କରିବା ପାଇଁ ବିଡିଓଙ୍କୁ କହିଥିଲେ।ବୋଲବମ ବେଳେ ମାନସିକ ରୋଷେଇ ବନ୍ଦ ରହିବା,ଶୃଙ୍ଖଳିତ ଜଳାଭିଷେକ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା,ସୁଚନାକେନ୍ଦ୍ର, ଅସ୍ଥାୟୀ ଶୌଚାଳୟ,ରଘୁନାଥପୁର ଆରଡବ୍ଲୁଏସଏସ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ପାନୀୟଜଳ ଓ ଟ୍ୟାଙ୍କର ବ୍ୟବସ୍ଥା, ଆରଡି ବିଭାଗ ପକ୍ଷରୁ ଚତୁର୍ପାର୍ଶ୍ୱରୁ ପୀଠକୁ ଆସିବାକୁ ଥିବା ରାସ୍ତାଘାଟ ସଫେଇ , ବିଦୁତ୍ ବିଭାଗ ପକ୍ଷରୁ ରାସ୍ତାଘାଟ,ବେଢ଼ା ଭିତର ଓଉ ଚତୁର୍ପାଶ୍ଵ ଆଲୋକିକରଣ କରାଯିବା ଓ ଭକ୍ତଙ୍କ ପାଇଁ ବିଶ୍ରାମକକ୍ଷ ଓ ଫାଷ୍ଟେଡ ବ୍ୟବସ୍ଥା କରିବା ପାଇଁ ଆଲୋଚନା ହୋଇଥିଲା।ପୌରପାଳିକା ବିଭାଗ ପକ୍ଷରୁ ପରିବେଶକୁ ପରିଷ୍କାର ପରିଚ୍ଛନ୍ନରଖିବା ଓ ଡଷ୍ଟବିନ ଦାଇତ୍ୱ, ବେଢା ପରିସର ପରିଷ୍କାର ପାଇଁ କର୍ମଚାରୀ ଦେବା ଏବଂ ତିର୍ତ୍ତୋଲ ଅଗ୍ନିଶମ ବିଭାଗ ପକ୍ଷରୁ ଭକ୍ତଙ୍କ ପାଇଁ ଜରୁରୀକାଳୀନ ସେବା ଓ ଦୈବୀ ଦୁର୍ଘଟଣା ନିୟନ୍ତ୍ରଣ ଦାଇତ୍ୱ ପ୍ରଦାନ କରାଯାଇଥିଲା।ସେହିପରି ଟ୍ରାଫିକ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଜଳାଭିଷେକ ପାଇଁ ତିର୍ତ୍ତୋଲ ଥାନା ପୋଲିସ ସେବା ଯୋଗାଇଦେବାକୁ କୁହାଯାଇଥିଲା। ସର୍ବପରେ ସେଚ୍ଛାସେବି ଅନୁଷ୍ଠାନମାନେ ଉପସ୍ଥିତ ରହି ନିରନ୍ତର ସେବା ଯୋଗାଇଦେବାକୁ ଉପଜିଲ୍ଲାପାଳ ତରାଇ ପରାମର୍ଶ ରଖିଥିଲେ।ଏଥିରେ ରଘୁନାଥପୁର ଅତିରିକ୍ତ ତହସିଲଦାର ତପନ କୁମାର ପରିଡା, ଜଇପୁର ସ୍ୱାସ୍ଥ୍ୟକେନ୍ଦ୍ର ଡ଼ା ବିଶ୍ୱକସେନ ଖୁଣ୍ଟିଆ, ଆଇଆଇସି ପ୍ରଦୀପ୍ତ କୁମାର ସେଠୀ,ଅଗ୍ନିଶମ ଅଧିକାରୀ ସୁବାଷ ଚନ୍ଦ୍ର ଭୋଳ, ଯନ୍ତ୍ରୀ ମନୋରଞ୍ଜନ ଦେହୁରୀ ଓ ପୌରପାଳିକା ଅଧିକାରୀ ଉପସ୍ଥିତ ରହି ଆଲୋଚନା କରିଥିଲେ। ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ରାତ୍ର ୧୦ ଟା ୩୦ରେ ପ୍ରଭୁଙ୍କ ପହୁଡ ପଡି ମଧ୍ୟରାତ୍ର ୧ ଟାରେ ଖୋଲାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା।ଏଥିରେ ଗ୍ରାମ୍ୟ କମିଟି ପକ୍ଷରୁ ଆଇନଜୀବି ଜୀବନ ବଲ୍ଲଭ ମହାନ୍ତି, ପ୍ରଦୀପ୍ତ କୁମାର ମହାନ୍ତି, ପୂଜକ ଦିଲୀପ କୁମାର ପଣ୍ଡା, ସୁଦର୍ଶନ ଦାଶ, ରମେଶ ଚନ୍ଦ୍ର ପଣ୍ଡା,ଗୋଲେଖବିହାରି ଦାଶ, ଉପଦେଷ୍ଟା କମିଟି ବିଜୟ କୁମାର ସ୍ବାଇଁ, ରମେଶ ଚନ୍ଦ୍ର ମହାନ୍ତି, ପ୍ରମୋଦ ମହାନ୍ତି, ଶୁଶାନ୍ତ ଦାଶ,ସୁରେନ୍ଦ୍ରନାଥ ସ୍ବାଇଁଙ୍କ ସହ ଗ୍ରାମବାସୀ ଓ ସେଚ୍ଛାସେବିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *