ଦ୍ୱିତୀୟ ଅର୍ଘ୍ୟ ଭେଟି

୨୯, ୬, ୨୫ରିଖ ରବିବାର ସମ୍ଭାବନାତାର ଦ୍ୱିତୀୟ ଅର୍ଘ୍ୟ ଭେଟି ଦେଇଛି ଭଦ୍ରକରତଥା ଓଡିଶା ର ସାହିତ୍ୟ ପ୍ରେମୀ ମାନଙ୍କୁ। ସମ୍ଭାବନା ସାହିତ୍ୟ ସଂସଦ ତାର ଦ୍ୱିତୀୟ ମାସିକ ଶେଷ ରବିବାର ସାହିତ୍ୟ ଆସର ଭାଗବତ କଲ୍ୟାଣ ମଣ୍ଡପ ଠାରେ ପାଳନ କରି ସାରିଛି। ଏହି ଆସରକୁ ସାହିତ୍ୟ ଏକାଡେମୀ ଦ୍ୱାରା ପୁରକୃତ ଗାଳ୍ପିକ ତଥା ପୂର୍ବତନ ଅଧକ୍ଷ୍ୟ ପବିତ୍ର ପାଣିଗ୍ରାହୀ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେବେଳେ ଅତିଥିଭାବେ ଯୋଗ ଦେଇଥିଲେ ଶିଶୁ ସାହିତ୍ୟିକ ଇଁ ଅଭୟ ସୁତାର।

ସମୀକ୍ଷକ ଭାବେ ଯୋଗଦେଇଥିଲେ ପାଳିଆ ବିନ୍ଧା କଲେଜର ଅଧ୍ୟାପକ ଡ଼ ବିଶ୍ୱରଂଜନ ଦାସ। ସମ୍ଭାବନା ର ନୂଆସ୍ୱର ଭାବେ ଦୁଇ ନୂତନ ବିସ୍ପରଣ ସୁଶ୍ରୀ ବିଳାସିନୀ ମହୁରୀ ଓ ସସ୍ମିତା ସାହୁ ନୂଆନୂଆ କବିତାକୁ ଭଲ ପାଉଥିବା ନୂତନ କବୟିତ୍ରୀ ଦ୍ବୟ ସେମାନଙ୍କ ସ୍ୱରଚିତ କବିତା ପଠା କରିଥିଲେ। ମୋନାଲିସା ସାହୁ, ଲିପ୍ସା ସାହୁ ବିଳାସିନୀ ମହୁରୀ ଓ ସସ୍ମିତା ସାହୁ ବନ୍ଦେ ଉତ୍କଳ ଜନନୀ ଗାନ କରି ଆସରର ଗାରିମାକୁ ଦିଗୁଣୁତ କରିଥିଲେ। ସମ୍ଭାବନାର କାଯ୍ୟକାରୀ ସମ୍ପାଦକ ଯୁବ କବି ଓ ଗୀତିକାର ଅରୂପାନନ୍ଦନାୟକ ସ୍ୱାଗତ ଭାଷଣ, ସମ୍ପାଦକ ରୁତୁରାଜ ଅକ୍ଷୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ପୂଜ୍ୟାପୂଜା ସଂସଦର ଯୁବ ସମ୍ପାଦକ ରୂପକ ବିହାରୀ ରାୟ ସମ୍ଭାବନା ର ଏହି ଆସରକୁ ପୂର୍ଣ୍ଣ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେବ୍ୟଙ୍ଗ କବି ବିଜୟ ବହଳି କବି ବିଜୟ ଜେନା ପ୍ରକୃତି ବନ୍ଧୁ ବୈକୁଷ୍ଟ ବିଶ୍ୱାଳ, ସମ୍ଭାବନାର କଳାସମ୍ପାଦକ ଚୂଡ଼ାମଣି ଦାସ, ସାହିତ୍ୟ ଏକାଡେମୀ ସଦସ୍ୟ ଭରତଚନ୍ଦ୍ର ଦାସଏ ଆସର କୁ ଆଗେଇ ନେବାରେ ସହଯୋଗ କରିଥିଲେ। ସମ୍ଭାବନାର ନୂତନ ସଦସ୍ୟ ଭାବେ ଯୋଗ ଦେଇଥିବା ସୂର୍ଯ୍ୟପ୍ରଭାର ଜିଲ୍ଲା ପ୍ରତିନିଧି ଆମ ସମସ୍ତଙ୍କର ଅତି ପ୍ରିୟ ମଣିଷ ନନା ଜ୍ଞାନ ପାଣି ସମ୍ଭାବନା ସଦସ୍ୟ ଭାବେ ଯୋଗ ଦେବାକୁ ଅନ୍ୟ କବି ଓକବୟିତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ ସମ୍ଭାବନାରଦ୍ୱାର ସବୁବେଳେ ସେମାନଙ୍କ ପାଇଁ ଉନ୍ମୁକ୍ତ ବୋଲି ମତ ରଖିବା ସହିତ ଶେଷ ସ୍ପର୍ଶ ଓ ଧନ୍ୟବଡ଼ ଅର୍ପଣ କରିଥିଲେ!

Leave a Reply

Your email address will not be published. Required fields are marked *