ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା
ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା
ଗଣିଆ – ଗଣିଆ ବ୍ଳକ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, କିଶୋର ପ୍ରସାଦ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଅବସରକାଳୀନ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗଦୀଶ ମିଶ୍ରଙ୍କ ସଭାପତିତ୍ବରେ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ସରପଞ୍ଚ ଗୀତାରାଣୀ ବେହେରା, ସମିତି ସଭ୍ୟା ରଞ୍ଜିତା ବେହେରା, ଶିକ୍ଷାବିତ ଗିରିଶ କୁମାର ମିଶ୍ର,ନିଳମଣି ସାମଲ, ବିଦାୟୀ ଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତି, ବିଦାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ଉପେନ୍ଦ୍ର ନାଥ ନାୟକଙ୍କ ସମେତ ବହୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ବିଦ୍ୟାଳୟ ତରଫରୁ ବିଦାୟୀ ଶିକ୍ଷକଙ୍କୁ ଉପଢୌକନ ଉପହାର ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ବିଦାୟୀ ପ୍ରଧାନଶିକ୍ଷକଙ୍କ ସମ୍ବନ୍ଧରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅତିଥି ମାନେ ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅବସର ଗ୍ରହଣ କରିଥିବା ଦୁଇ ଜଣ ଅତ୍ୟନ୍ତ ସ୍ନେହୀ,ଉଦାର ପ୍ରକୃତିର ବ୍ୟକ୍ତି ଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଭଗବାନ ତାଙ୍କର ଆଗାମୀ ଭବିଷ୍ୟତ ସୁଖମୟ କରନ୍ତୁ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ଚାକିରି ଜୀବନ ପରେ ପେନସନ ନଥିବାରୁ ସେମାନେ ଅତ୍ୟନ୍ତ ଦୁଃଖଦ ଜୀବନ ଅତିବାହିତ କରିବେ ବୋଲି ଜଣାପଡିଛି । ସମସ୍ତ ଅତିଥି, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ମିଳିତ ହୋଇ ଉଭୟଙ୍କୁ ନିଜ ନିଜ ବାସଗୃହ ଛାଡି଼ ଆସିଥିଲେ। ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
