ସାମୁହିକ ଛୁଟି ଘୋଷଣା କଲା ରାୟଗଡା ଜିଲ୍ଲା ଓଏଏସ ସଂଘ,ବିଏମସି ଅତିରିକ୍ତ କମିଶନରଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା

ରାୟଗଡ଼ା-୧/୮-ରାୟଗଡା ଜିଲ୍ଲା ଓଏଏସ (ଓଡ଼ିଶା ଅଧିକାରୀ ସେବା) ସଂଘ ସାମୁହିକ ଛୁଟିରେ ଯାଇଛନ୍ତି। ଏହାର ପ୍ରଧାନ କାରଣ ହେଉଛି ବିଏମସି(ଭୁବନେଶ୍ୱର ମୁନିସିପାଲ କର୍ପୋରେସନ) ଅତିରିକ୍ତ କମିଶନରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ସଂଘ ପକ୍ଷରୁ ନିନ୍ଦା କରାଯାଇଛି।ଏହି ଆକ୍ରମଣକୁ ଗଭୀର ରୂପେ ତୀବ୍ର ନିନ୍ଦା କରିଛନ୍ତି ଓଏଏସ ଅଧିକାରୀଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ସରକାର ନିଷ୍ପକ୍ଷ ପଦକ୍ଷେପ ନିଅନ୍ତୁ ବୋଲି ସଂଘ ଦାବି କରିଛି।

ଏହି ଘଟଣା ପ୍ରତି ଓଏଏସ ଅଧିକାରୀଙ୍କ ମଧ୍ୟରେ ଚିନ୍ତା ଓ ଅସନ୍ତୋଷ ଦେଖାଦେଇଛି। ଅଧିକାରୀଙ୍କ ସୁରକ୍ଷା ଓ ମର୍ଯ୍ୟାଦାକୁ ଗୁରୁତ୍ଵ ଦେଇ ଏକ ନୀତିଗତ ନିଷ୍ପତି ନେବା ଆବଶ୍ୟକତା ଅଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।ସଂଘ ଅଧିକାରୀଙ୍କ କହିବା ଅନୁଯାୟୀ – “ଆମେ ସମସ୍ତେ ସେବାରେ ନିୟୋଜିତ ଅଛୁ, ତେବେ ଯଦି ଆମ ଉପରେ ଏଭଳି ଆକ୍ରମଣ ହୁଏ ଓ ସରକାର ଶାନ୍ତ ରୁହନ୍ତି, ତେବେ ଆମେ କିପରି ନିଷ୍ଠାପର ଭାବେ କାମ କରିପାରିବୁ?”ଏହି ଆନ୍ଦୋଳନ ପରିପ୍ରେକ୍ଷିରେ ରାଜ୍ୟ ସରକାର କେଉଁ ପଦକ୍ଷେପ ନେବେ ତାହା ଏବେ ଦେଖିବାକୁ ବାକି ରହିଲା।

ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *