ତଅଁରାପଞ୍ଚାୟତ ରଥସାହି ରାସ୍ତା ବ୍ଲକ ପ୍ରଶାସନ ର ଦୣଷ୍ଟିଆଢୁଆଳରେ।ଯାତୟାତରେ ଘୋର ଅସୁବିଧାର ସମ୍ମୁଖୀନ
ରଘୁନାଥପୁର = ଜଗତସିଂହପୁରଜିଲ୍ଲା ରଘୁନାଥପୁର ବ୍ଲକ ତଅଁରା ଗ୍ରାମପଞ୍ଚାୟତର ରଥସାହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି।ଏହି ରାସ୍ତା ଉପରେ ୪ ବ୍ରାହ୍ମଣ ପରିବାର ନିର୍ଭରଶୀଳ।ପଞ୍ଚଯାତ ର ମୁଖ୍ୟ ରାସ୍ତାଠାରୁ ପ୍ରାୟ ୭୦ମିଟର ମାଟିରାସ୍ତା ଟି ସାମାନ୍ୟ ବର୍ଷାରେ ଆଣ୍ଠୁଏ କାଦୁଅ ହେବା ଫଳରେ ଅତିଦହନୀୟ ଅବସ୍ଥାରେ ସାହି ଲୋକେ ମାନେ ଯାତୟାତ କରିଥାନ୍ତି।ଏହି ସାହିର ଦୁଇପରିବାର କିଛି ସଦସ୍ୟ ଗୁରୁତର ରୋଗରେ ପିଡିତ ରହିଥିବାବେଳେ ରାସ୍ତା ସମସ୍ୟା ସେମାନଙ୍କ ପାଇଁ ବୋଝଉପରେ ଲଳିତା ବିଡା ସଦୣଶ।ସ୍ଵାଧିନତାପରଠାରୁ ଏହିରାସ୍ତାରେ ଆଜିପର୍ଯ୍ୟନ୍ତ ମାଟିମୁଠାଏ ପଡିନାହିଁ ବୋଲି ସାହିଲୋକେ ଅଭିଯୋଗ କରିଛନ୍ତି।ନିର୍ବାଚନ ସମୟରେ ରାସ୍ତାକୁନେଇ ଅନେକ ପ୍ରତିଶୃତି ପାଣିର ଗାର ହୋଇରହିଯାଏ।ତେବେ ସରପଞ୍ଚ ଓ ସମିତି ସଭ୍ୟାଙ୍କୁ ସାହିଲୋକେ ରାସ୍ତ ଅବସ୍ଥାକୁ ନେଇ ବାରମ୍ଭାର ଗୁହାରି କରି ଆସୁଥିଲେବି କୈଣସି ସୁଫଳ ମିଳୁନାହିଁ ବୋଲି ସାହିର ପ୍ରଦିପ୍ତ ରଥ, ପ୍ରଶାନ୍ତ ରଥ,ପ୍ରତାପ ରଥ,କଳ୍ପତରୁ ରଥ ଗଣମାଧ୍ୟମ ରେ କ୍ଷଭୋର ସହ ପ୍ରକାଶ କରିଛନ୍ତି।ଏଥିପ୍ରତି ଦୣଷ୍ଟିଦେବାପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଗୁହାରି ଜଣାଇଛନ୍ତି।
