ସତ୍ୟବ୍ରତ ନାୟକ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ନୂତନ ଜିଲ୍ଲା ସଭାପତି ନିଯୁକ୍ତ

ସତ୍ୟବ୍ରତ ନାୟକ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ନୂତନ ଜିଲ୍ଲା ସଭାପତି ନିଯୁକ୍ତ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରଯୁକ୍ତ ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ ଜିଲ୍ଲା କଂଗ୍ରେସ ସଂଯୋଜକ,ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ପୂର୍ବତନ ସାଧାରଣ ସଂପାଦକ ତଥା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ର ଜାତୀୟ ସାଂଗଠାନିକ ସଂପାଦକ ଶ୍ରୀ ସତ୍ୟ ବ୍ରତ ନାୟକ ଙ୍କୁ ବର୍ତ୍ତମାନ ନୂତନ ଭାବେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତ କରାଯାଇଛି। ଶ୍ରୀ ନାୟକ ପୂର୍ବରୁ ଛାତ୍ର କଂଗ୍ରେସ ର ରାଜ୍ୟ ସାଧାରଣ ସଂପାଦକ ଯୁବ କଂଗ୍ରେସ୍ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଂପାଦକ ଓ ସାଧାରଣ ସଂପାଦକ,ଯୁବ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ର ରାଜ୍ୟ ସଭାପତି ଭାବରେ ଦାୟିତ୍ବ ତୁଲାଇ ଆସିଛନ୍ତି ଏବଂ ବର୍ତ୍ତମାନ ସେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ର ରାଜ୍ୟ ଯୁଗ୍ମ ସଧାରଣ ସମ୍ପାଦକ ଓ ଜାତୀୟ ସାଂଗଠାନିକ ସଂପାଦକ ସହିତ ନୟାଗଡ଼ ଜିଲ୍ଲା ସଭାପତି ଭାବରେ ଦାୟିତ୍ବ ନିର୍ବାହ କରିଆସୁଛନ୍ତି ଏହା ସହିତ ଓଡିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ ପ୍ରତିଷ୍ଠାତା ସଭପତି ଭାବେ ଦୀର୍ଘ 25ବର୍ଷ ଧରି କାର୍ଯ୍ୟକ୍ରମ କରି ଆସୁଚନ୍ତି ନୟାଗଡ଼ ଜିଲ୍ଲା କଂଗ୍ରେସ ସଂଗଠନ କୁ ସୁସଂଗଠିତ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ସତ୍ୟ ବ୍ରତ ନାୟକ ଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଏହି ନୂତନ ନିଯୁକ୍ତି ପାଇଁ ଶ୍ରୀ ନାୟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଙ୍କୁ କୃତଜ୍ଞତା ଜଣାଇବା ସହ ନୟାଗଡ ଜିଲ୍ଲା ବାସି ଙ୍କ ଆଶ୍ରିବାଦ କାମନା କରିଛନ୍ତି|ତେବେ କଂଗ୍ରେସର ଆଗଧାଡିର ଏହି ଲୋକପ୍ରିୟ ସଂଗଠକ ଶ୍ରୀଯୁକ୍ତ ନାୟକଙ୍କ ଏହି ନୂତନ ନିଯୁକ୍ତି ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଛି |
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ

Leave a Reply

Your email address will not be published. Required fields are marked *