ତୃତୀୟ ଥର ପାଇଁ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ନାଁ ଘୋଷଣା
Date- 01/07/25 କଂଗ୍ରେସ ଦଳ ମଧ୍ୟରେ ଉସାହ l ସମସ୍ତଙ୍କୁ ନେଇ କାମ କରିବି କହିଲେ ସଭାପତି ନଟବର ବାରିକଆଙ୍କର- AICC ପକ୍ଷରୁ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ଙ୍କ ନାଁ ଘୋଷଣା କରାଯାଇଛି । ତୃତୀୟ ଥର ପାଇଁ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ହେଲେ ଶ୍ରୀଯୁକ୍ତ ନଟବର ବାରିକ । ଏହାକୁ ନେଇ ସେ ବେଶ ଖୁସି ଥିବା ସହିତ କେନ୍ଦ୍ର ଓ ରାଜ୍ୟ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ଯେଉଁ ଦାୟିତ୍ୱ ତାଙ୍କୁ ଦିଆଯାଇଛି ସେ ସୁଚାରୁରୂପେ ପରିଚାଳନା କରିବା ସହିତ କଂଗ୍ରେସ ଦଳ ଗୋଟିଏ ପରିବାର । ସେ ସମସ୍ତ ଙ୍କୁ ନେଇ କାର୍ଯ୍ୟ କରିବା ସହିତ ଯେଉଁମାନେ କଂଗ୍ରେସ ଠାରୁ ଦୁରେଇ ଯାଇଛନ୍ତି ସେମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରିବେ ବୋଲି ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ କହିଛନ୍ତି । ଏହା ସହିତ କର୍ମୀ ମାନେ ବେଶ ଉତ୍ସାହିତ ଥିବାବେଳେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ବାହାରି ଥାନା ଛକ ନିକଟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ପୌରାଧକ୍ଷ ବିପ୍ଳବ ଚୌଧୁରୀ, କୃଷ୍ଣଚନ୍ଦ୍ର ପ୍ରଧାନ, ମୁନା ରଥ ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ
