ଭାଙ୍ଗିଲା ସାଳନ୍ଦୀ ନଦୀ ବନ୍ଧ, ଗାଁ ଭିତରେ ପଶିଲା ବନ୍ୟା ପାଣି

Date:- 02/07/2025Place:- bhadrak ଭଦ୍ରକ ୨।୭: ଲଗାଣ ବର୍ଷା ଯୋଗୁଁ ସାଳନ୍ଦୀ ନଦୀରେ ବନ୍ୟା ଆସି ଭଦ୍ରକ ଅଞ୍ଚଳର ବହୁ ଜନଜୀବନ ଅତ୍ୟନ୍ତ ଭାବେ ପ୍ରଭାବିତ ହୋଇଛି।ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଣ୍ଡତଡ଼ା,ବେନ୍ତାଳ ପଞ୍ଚାୟତ ଏବଂ ପୌରପାଳିକା ୱାର୍ଡ଼ ନମ୍ବର ୨୮,୨୯ ଓ ୩୦ ଠାରେ ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ବିଭାଗୀୟ ଅଧିକାରୀ ମାନଙ୍କ ସହ ବୁଲି ଦେଖିବା ସହ ଜଳବନ୍ଦୀ ହୋଇ ରହିଥିବା ପରିବାର ବର୍ଗଙ୍କୁ ଭେଟିଲେ ଭଦ୍ରକ ବିଧାୟକ ଶ୍ରୀ ଯୁକ୍ତ ଶିତାଶୁ ଶେଖର ମହାପାତ୍ର ଓ ଶୁଖିଲା ଓ ରନ୍ଧା ଖାଦ୍ୟ,ପାନୀୟ ଜଳ ଯୋଗାଣ,ଗୃହ ପାଳିତ ପଶୁ ମାନଙ୍କ ପାଇଁ ଚାରା ଓ ବନ୍ୟା ଜଳର ନିଷ୍କାସନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଲେ ।ଲଗାଣ ବର୍ଷା ପାଇଁ ଭାଙ୍ଗିଲା ବନ୍ଧ । ସାଳନ୍ଦୀ ନଦୀରେ ବନ୍ଧ ଭାଙ୍ଗିଥିବା ସୂଚନା ମିଳିଛି । ତେବେ ବନ୍ୟା ପାଣି ଗାଁ ଭିତରକୁ ପଶିଛି । ସାଳନ୍ଦୀ ଇରିଗେସନର ଭଦ୍ରକ ଡିଭିଜନର ଯନ୍ତ୍ରୀ ଓ ଅଧିକାରୀ ମାନେ ପହଞ୍ଚି ସ୍ଥିତି ପରଖିଛନ୍ତି । ବାଲି ପକାଇ ବନ୍ଧକୁ ମରାମତି କରାଯିବ ବୋଲି ସୂଚନା ମିଳିଛି । ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଥିଲେ ଆଶା କରୁଛୁ ୨୪ଘଣ୍ଟାରେ ଜଳସ୍ତର କମିବ ତା’ର ବ୍ୟବସ୍ଥା କରାଯାଉଛି ।ପ୍ରଭାବିତ ଅଞ୍ଚଳରେ ୭ ଦିନ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ବିଭାଗିୟ । ଅଫିସ୍ ର ଙ୍କୁ ନିର୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *