ଜିଲ୍ଲା ସରକାରୀ କର୍ମଚାରୀ ସଂଘ ସମୁହର ଜରୁରୀକାଳୀନ ବୈଠକ
ରାୟଗଡ଼ା-୨/୭-ବୁଧବାର ଦିନ ରାୟଗଡ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ସଂଘମାନଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ ଜିଲ୍ଲା ଓଏଏସ ସଂଘର ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଅଛି।ଏଥିରେ ଜିଲ୍ଲାର ସମସ୍ତ ବିଭାଗର ଊଚପଦସ୍ଥ ଅଧିକାରୀ ଯଥା ପୁର୍ତ୍ତ ବିଭାଗ,TPSODL,କୃଷି ଓ ଉଦ୍ୟାନ ବିଭାଗ, ମତ୍ସ୍ୟ ବିଭାଗ ଇତ୍ୟାଦି ଏବଂ ରାଜସ୍ୱସେବା ସଂଘ,ରାଜସ୍ୱ କ୍ଷେତ୍ର କର୍ମଚାରୀ ସଂଘ,ରାଜସ୍ୱ ଅମଲା ସଂଘ,ଉଦ୍ୟାନ ବିଭାଗ,କୃଷି ବିଭାଗ

କର୍ମଚାରୀ ସଂଘ,ଯନ୍ତ୍ରୀ ସଂଘ,PEO,ଏଡ଼ିଇଓ,ଜିଆରଏସ ସଂଘ ଆଦିର କର୍ମକର୍ତ୍ତା ଯୋଗ ଦେଇ ଗତ ଜୁନ ୩୦ ତାରିଖରେ ବିଏମସି କାର୍ଯାଳୟରେ ଶ୍ରୀ ରତ୍ନାକର ସାହୁ (ବରିଷ୍ଠ ଓଏଏସ ଅଧିକାରୀ)ଙ୍କ ଉପରେ ଘଟିଥିବା ମରଣାନ୍ତକ/ବର୍ବୋରୋଚିତ ଆକ୍ରମଣ ଘଟଣାକୁ କଡା ନିନ୍ଦା କରିବା ସହ କଠିନରୁ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ଓଏଏସ ସଂଘ ତରଫରୁ ଉପସ୍ଥାପନ କରାଯାଇଥିବା ସମସ୍ତ ଦାବୀକୁ ତତ୍କାଳ ପୂରଣକରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ ଜଣାଇଛନ୍ତି।
ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ
