ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବପତିତପାବନ ନୋଡାଲ ଉପ୍ରା ବିଦ୍ୟାଳୟ

ଗୋପ-୦୨/୦୭/୨୫ ଗୋପ ବ୍ଲକ ଅନ୍ତର୍ଗତ ଦେସ୍ଥଳୀ ପଞ୍ଚାୟତ ପତିତପାବନ ନୋଡାଲ ଉପ୍ରା ବିଦ୍ୟାଳୟ ବରିଷ୍ଠ ଶିକ୍ଷକଙ୍କ ଅବସର ନେଇଥିବାରୁ ତାଙ୍କ ଉଦ୍ଦେଶ୍ୟରେ ସମ୍ବର୍ଦ୍ଧନା ଉତ୍ସବ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ପାତ୍ର ଙ୍କ ଅବସର ଗ୍ରହଣ ନିମନ୍ତେ ତାଙ୍କୁ ମିଳିତ ଭାବେ ସମ୍ବର୍ଦ୍ଧିତ କରାଯାଇଛି। ଗୋପ ବ୍ଲକ ଶିକ୍ଷକ ସମନ୍ଵୟ ସହ ସମ୍ପାଦକ ପ୍ରଧାନ ଶିକ୍ଷକଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ଙ୍କ ନେତ୍ରୁ ତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ପ୍ରମୋଦ କୁମାର କର ମୁଖ୍ୟ ବକ୍ତା ମଙ୍ଗଳା ମନ୍ଦିର ଟ୍ରଷ୍ଟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦେସ୍ଥଳୀ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରିସ୍ନା ସ୍ଵାଇଁ ସମିତି ସଭ୍ୟ ଦେସ୍ଥଳୀ ଗ୍ରାମ ଶ୍ରୀଯୁକ୍ତ ଭକ୍ତ ରଞ୍ଜନ ଦାସ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀଣୀ ଗୋପ ବିନୋଦିନୀ ମହାପାତ୍ର ଉପ ସଭାପତି ସୁଶାନ୍ତ କୁମାର ନାୟକ ସଭାପତି ଅବସରପ୍ରାପ୍ତ ଶିକ୍ଷକ ସଂଘ ଗୋପ ଜମ୍ବେଶ୍ଵର ସ୍ଵାଇଁ ସଂପାଦକ ଶିବଦତ୍ତ ନାୟକ ଅଜୟ କୁମାର ରଥ ପବିତ୍ର ମୋହନ ନାୟକ ଲିଙ୍ଗରାଜ ସ୍ଵାଇଁ ସଭାପତି ବିଦ୍ୟାଳୟ ପରିଚାଳନା କମିଟି ପ୍ରଦୀପ କୁମାର ନାୟକ ଓଟର ଗ୍ରାମ ସଭାପତି ଗୈରାଙ୍ଗ ଚରଣ ମହାନ୍ତି ର ପ୍ରମୁଖ ଯୋଗ ଦେଇଥିଲେସର୍ଵ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବ ଆରମ୍ଭ ହୋଇଥଲା।

ବିଦ୍ୟାଳୟର କୁନି ପିଲାଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ସହ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶ୍ରୀଯୁକ୍ତ ଦେବୀ ପ୍ରସାଦ ପାତ୍ର ତାଙ୍କର ଶିକ୍ଷକତା ସମୟରେ ଅତ୍ୟନ୍ତ ସ୍ନେହୀ, ଛାତ୍ରବତ୍ସଲ ଓ ଜଣେ ଆଦର୍ଶ ଶିକ୍ଷକ ଭାବେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ତାଙ୍କର ଅବସର ଜୀବନ ସୁଖମୟ ଓ ଆନନ୍ଦମୟ ହେବାକୁ ଅତିଥି ମାନେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ଦେବୀ ପ୍ରସାଦ ପାତ୍ର ଙ୍କୁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଛାତ୍ର ଛାତ୍ରୀ, ଅଭିଭାବକ, ଗ୍ରାମବାସୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ମାନପତ୍ର, ପୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଶୁଭ କାମନା କରିଥିଲେ। ଏହି ଉତ୍ସବକୁ କ୍ଲଷ୍ଟର ସିଆରସିସି ସୁଚରିତା ପାତ୍ର ସଂଯୋଜନା ଓ ପରିଚାଳନା କରିଥିଲେ। ଉତ୍ସବରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ।

ଗୋପ ରୁ ମୃତ୍ୟୁଞ୍ଜୟ ମହାପାତ୍ର

Leave a Reply

Your email address will not be published. Required fields are marked *