ଗଞ୍ଜାମ ଜିଲ୍ଲା ଫୁଟବଲ ଲିଗ ୨୦୨୫”

“ଗଞ୍ଜାମ ଜିଲ୍ଲା ଫୂଟବଲ ଲିଗ ର ଆଜି ଦୁଇଟି ମ୍ୟାଚ ହୋଇଥିଲା। ପ୍ରଥମ ମ୍ୟାଚ ସକାଳେ ନଟରାଜ ଫୂଟବଲ କ୍ଲବ ସହ ଛତ୍ରପୁର ଟାଉନ ଫୂଟବଲ କ୍ଲବ ମଧ୍ୟରେ ହୋଇଥିଲା। ନଟରାଜ ଏଫ୍. ସି କ୍ଲବ ୦୬ ଗୋଲ ଓ ଛତ୍ରପୁର ଟାଉନ ଏଫ୍. ସି କ୍ଲବ କୋଣସି ଗୋଲ କରିପାରି ନଥିଲେ ଏଥି ସହ ନଟରାଜ କ୍ଲବ ବିଜୟ ହାସଲ କରିଥିଲେ। ଦ୍ଵିତୀୟ ମେଚ ସାନ୍ଧ୍ୟ ରେ ବ୍ରହ୍ମପୁର ପୋଲିସ ଦଳ ସହ ଖେମୁଣ୍ଡି ଏଫ. ସି କ୍ଲବ ସହ ହୋଇଥିଲା। ଏହି ମ୍ୟାଚ ରେ ଖେମୁଣ୍ଡି ଏଫ. ସି କ୍ଲବ ୦୧ ଗୋଲ କରିଥିଲେ ଏବଂ ବ୍ରହ୍ମପୁର ପୋଲିସ ଦଳ ୦୩ ଗୋଲ କରି ବିଜୟ ହାସଲ କରିଛନ୍ତି।

ଆଜି ର ମ୍ୟାଚ ରେଫେରୀ ଥିଲେ ଶ୍ରୀ ଭିନସେଣ୍ଟ ଦାସ, ରମେଶ ଚନ୍ଦ୍ର ବେହେରା, ଅଭିମନ୍ୟୁ ବେହେରା ଓ ରମାକାନ୍ତ ବିଷୋୟୀଆଜି ର ମ୍ୟାଚ ରେ ଅତିଥି ଭାବେ ଯୋଗଦେଇଥିଲେ ପୂର୍ବତନ ଫୂଟବଲ ଖେଳାଳି ଏଲ୍. କେ ରାଓ ରେଡି, ଗଞ୍ଜାମ ପୋଲିସ ଆର. ଆଇ ଶ୍ରୀଅମୁଲ୍ୟ ନାୟକ, ବ୍ରହ୍ମପୁର ପୋଲିସ ୟୁନିଅନ ସଭାପତି ଶ୍ରୀ ନୟନ ଆଚାର୍ଯ୍ୟ ଏବଂ ଶ୍ରୀ ଡି. ଆପାରାଓ ,ଶ୍ରୀ ବିଜୟୀ କୁମାର ପଟ୍ଟନାୟକ, କେଦାରନାଥ ଚୌଧୁରୀ, ତାରିଣୀ ସାମନ୍ତରାୟ, ଦୁର୍ଗା ପଟ୍ଟନାୟକ, ଡି. ଡି. ଗନ୍ତାୟତ, ରାଜେନ୍ଦ୍ର ଗନ୍ତାୟତ, ଗୋପାଳ ପଣ୍ଡା, ପ୍ରମୋଦ ମହାରଣା, ରାଜେନ୍ଦ୍ର ସାହୁ, ବି. ଜେ ପାତ୍ର, ଜି. ଏମ ବାବୁ ଉପସ୍ଥିତ ଥିଲେ ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ ଶ୍ରୀ ଜେ. କାମେଶ୍ୱର ରାଓ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *