ସବୁ ଚାଷୀଙ୍କ ଧାନ ଉଠାଇଲା ଚିତ୍ରେଶ୍ୱରୀ ସମବାୟ ସମିତି

କାକଟପୁର – କାକଟପୁର ବ୍ଲକ ଅନ୍ତର୍ଗତ ଅବଦାନ ପଞ୍ଚାୟତରେ ଥିବା ଚିତ୍ରେଶ୍ୱରୀ ସେବା ସମବାୟ ସମିତି ଲିଃ ପକ୍ଷରୁ ରବି ଧାନ ଫସଲରେ ଧାନ ବିକ୍ରି କରିବାକୁ ପଞ୍ଜୀକୃତ କରିଥିବା ସମସ୍ତ ଚାଷୀଙ୍କ ଧାନ କ୍ରୟ ହୋଇଥିବା ସୁଚନା ମିଳିଛି। ସୂଚନା ଅନୁଯାୟୀ ଦକ୍ଷ ତଥା ଉଚ୍ଚ ଶିକ୍ଷିତ ଓ ସୁ ସାହିତ୍ୟିକ ଭାବେ ପରିଚିତ ସମିତି ସମ୍ପାଦକ ଶଶୀଭୂଷଣ ମିଶ୍ରଙ୍କ ତତ୍ତ୍ଵାବଧାନରେ ନିକଟ ଅଞ୍ଚଳର ୧୬୦ଜଣ ଚାଷୀ ପଞ୍ଜୀକୃତ କରିଥିଲେ। ସମସ୍ତ ଶତ ପ୍ରତିଶତ ଚାଷୀଙ୍କ ଠାରୁ ୫୬୪୬.୪୬ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇ ମିଲରକୁ ବିକ୍ରି କରାଯାଇଛି । ବିକ୍ରି ପରେ ୪୮ ଘଣ୍ଟା ମଧ୍ୟରେ ଆଖି ସ୍କାନ ପରେ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ଧାନ ମୂଲ୍ୟ ଧାର୍ଯ୍ୟ ସହ ଇନପୁଟ ବୋନସ ସହ ୩୧୦୦ ପ୍ରତି କୁଇଣ୍ଟାଲ ହିସାବରେ ଟଙ୍କା ଯାଇଛି। ଯାହାକୁ ନେଇ ସମିତି ସମ୍ପାଦକଙ୍କ କାର୍ଯ୍ୟ ଦକ୍ଷତା ଉପରେ ଚାଷୀ ମାନେ ଖୁସି ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *