ସମସ୍ୟା ଘେରରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଟିଗୁଡା ।
କନ୍ଧମାଳ ଜିଲ୍ଲା ଦୁର୍ଗମ ଅଞ୍ଚଳ ତଥା ମାଓ ପ୍ରବଣ ଅଞ୍ଚଳ କୋଟଗଡ ବ୍ଲକ ର ସୁବର୍ଣ୍ଣ ଗିରି ପଞ୍ଚାୟତ.ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଟିଗୁଡା, ଏହି ବିଦ୍ୟାଳୟ ଜଙ୍ଗଲ, ପାହାଡ଼, ପର୍ବତ ଘେରରେ ଅବସ୍ଥିତ. ବିଦ୍ୟାଳୟ ଟି ୧୯୫୫ ମସିହାର ଏତେ ପୁରୁଣା ବିଦ୍ୟାଳୟ ହେଲେ ଅତି ଦୁଃଖ ଓ ପରିତାପର ବିଷୟ ଯେ ବହୁ ସମସ୍ୟା ମଧ୍ୟ ରେ ଗତି କରୁଛି.ରାଜ୍ୟ ସରକାର ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦିନ୍ଦିର।ପିଟୁଛନ୍ତି ଯେ ସର୍ବ ଶିକ୍ଷା ଅଭିଯାନ ସଭିଏଁ ପଡିବେ ସଭିଏଁ ବଡ଼ିବେ ବୋଲି ନାରାଦେଉଛନ୍ତି ସତ, ନାରା ନାରାରେ ହିଁ ରହିଯାଉଛି, ହେଲେ ବାସ୍ତବ ର ଚିତ୍ର ସମ୍ପୂର୍ଣ୍ଣ ଅଲଗା,ଏହି ସୁବର୍ଣ୍ଣ ଗିରି ପଞ୍ଚାୟତ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଯିଏ ଯାଇ ଦେଖିଛି ସେହିଁ ପ୍ରକୃତ ବିଶ୍ୱାସ କରିବ,ଏତେ ପୁରୁଣା ବିଦ୍ୟାଳୟ ଟିଏ ସତ କିନ୍ତୁ ବହୁତ ସମସ୍ୟା ମଧ୍ୟ ରେ ଗତି କରୁଛି।ଏଥିପ୍ରତି ପ୍ରଶାସନ ର ଦୃଷ୍ଟି ଆକର୍ଷଣ ହେଉନଥିବା ଅଭିଭାବକ ମହଲ, ଗ୍ରାମବାସୀ ଓ ବୁଦ୍ଧି ଯିବି, ମାନେ ଅଭିଯୋଗ କରିଛନ୍ତି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଟିଗୁଡା ଠାରେ କୁଟିଗୁଡା, କୁର୍ଟି ବାଲି, ଆଟେନ ମାହା, ଗଞ୍ଜୁ ପଡା, କମଗୁଡା ର ଛାତ୍ର ଛାତ୍ରୀ ମାନେ ଆସି ଶିକ୍ଷା ଅଧ୍ୟୟନ କରନ୍ତି. ହେଲେ ଦୁଃଖ ଓ ପରିତାପର ବିଷୟ ଯେ ଏତେ ପୁରୁଣା ବିଦ୍ୟାଳୟ ବହୁତ ସମସ୍ୟା ମଧ୍ୟ ରେ ଗତି କରୁଛି. ଦୁର ଦୁରନ୍ତା ରୁ ପିଲା ମାନେ ଆସି ଏହି ବିଦ୍ୟାଳୟ ରେ ପାଠ ପଢନ୍ତି । ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଉକ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସଂଖ୍ୟା ୭୪ ଜଣ ଶିକ୍ଷା ଅଧ୍ୟୟନ କରନ୍ତି,ଏଠାରେ ସମୁଦାୟ ୩ଜଣ ଶିକ୍ଷକ, ୨ ଜଣ ଶିକ୍ଷୟତ୍ରୀ ଓ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରତାପ ମଲିକ ଅଛନ୍ତି । ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଶିକ୍ଷା ଅଧ୍ୟୟନ କରନ୍ତି,ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି,ଶ୍ରେଣୀ ଗୃହ ରହିଛି ୪ଗୋଟି ଏହି ୪ଗୋଟି ଶ୍ରେଣୀକକ୍ଷ ରେ କିଭଳି ଗୋଟି ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଶିକ୍ଷା ଅଧ୍ୟୟନ କରିବେ.ଶେଷରେ ବାଧ୍ୟ ହୋଇ ବାରଣ୍ଡା ରେ, ଗୋଛ ମୂଳରେ, ମଧ୍ୟ ପିଲାମାନେ ବସି ପାଠ ପଡନ୍ତି।ପୁରୁଣା ଆଜବେଷ୍ଟ ସବୁ ଗୃହରୁ ଭାଙ୍ଗି ରୁଜି ଚୁର ମାର ହୋଇଛି. ଟିଣ ସବୁ ଫାଟି ଯାଇଛି, ଝରକା ସବୁ ଭାଙ୍ଗି କିଛି ଆଉ ନାହିଁ, କାନ୍ଥ ରୁ ସିମେଣ୍ଟ ଖଣ୍ଡ ଖଣ୍ଡ ପଡୁଛି, ନୂଆରୁ ଯେଉଁ ବିଦ୍ୟାଳୟ ଗୃହ ହେଇଛି ତାହାବି ବର୍ଷା ହେଲେ କାନ୍ଥ ରୁ ପାଣି ଗଳୁଛି, ସିମେଣ୍ଟ ଖଣ୍ଡ ଖଣ୍ଡ ପଡୁଛି,ଓ ପାଣି ଲିକ ହେଉଛି ଘର ସାରା ଆଣ୍ଠୁଟେ ଲେଖାଏଁ ପାଣି ପଶିଯାଏ ପିଲାଙ୍କ ପାଠ ପଢ଼ା ରେ ବାଧାପ୍ରାପ୍ତ ହୁଏ. ଏତିକି ସବୁ ସମସ୍ୟା ଥିଲେ ହେଁ ବିପଦ ସଂକୁଳ ଅବସ୍ଥାରେ ପିଲାମାନେ ବସି ପାଠ ପଢନ୍ତି, କେତେବେଳେ ଯେ କଣ ହେବ କିଛି କହିହେଉନାହିଁ.ଉକ୍ତ ସମସ୍ୟା ବିଷୟ ରେ ପ୍ରଶାସନ କୁ ଜଣାଇବା ପରେ ମଧ୍ୟ ସମସ୍ୟା ର ସମାଧାନ ହେଇପାରିଲାନାହିଁ.ନା ଅଛି ପାନୀୟ ଜଳର ସୁବିଧା, ନା ଅଛି ପଡ଼ିବ। ପାଇଁ ଭଲ ଗୃହ କିଛି ବି ସୁବିଧା ନାହିଁ.ଉକ୍ତ ବିଦ୍ୟାଳୟ ରେ ଶ୍ରେଣୀ ଗୃହ ଅଭାବ,୮ ଟି ଶ୍ରେଣୀକୁ ୪ଗୋଟି ଶ୍ରେଣୀ ଗୃହ ରହିଛି,ଶ୍ରେଣୀ ଗୃହ ଅଭାବ, ୮ ଟି ଶ୍ରେଣୀକୁ ୫ ଗୋଟି ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷକ ଅଭାବ, ରୋଷେଇ ଗୃହ ନାହିଁ,ବିଜ୍ଞାନ ପାଠ ଗାର ନାହିଁ,ଶୌଚାଳୟ ଅଛି କିନ୍ତୁ ଅଚଳ ଅବସ୍ଥାରେ ପଡି ରହିଛି. ପାନୀୟ ଜଳ ର ସଙ୍କଟ ନଳକୂପ ଅଛି ସତ କଳଙ୍କି ପାଣି ବାହାରୁଛିସବୁ ବ୍ୟବହାର କରିବା ସମ୍ଭବ ନାହିଁ.ଅଫିସ ଗୃହ ନାହିଁ,ଖେଳ ପଡିଆ ନାହିଁ,ବିଦୁତ ସଂଯୋଗ ହେଇନାହିଁ. ପାଚେରୀ ନାହିଁ,ଜହରି ଫଳରେ ଗାଈ, ଗୋରୁ, ମଇଁଷି କୁକୁର, ଛେଳି, ବାଛୁରୀ, ଘୁଷୁରି ବିଦ୍ୟାଳୟ ଭିତରେ ପଶି ବାସ ଗୃହ କରି ବସାବାନ୍ଧି ରହିଥାନ୍ତି.ଅନଲାଇନ କାମ ପାଇଁ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ୧୫/୨୦ କିମି ଦୂରତାକୁ ଆସନ୍ତି.ନେଟ ୱାର୍କ ନାହିଁ, ବିଏସଏନଏଲ ନେଟ ୱାର୍କ ନାହିଁ କି ଜିଓ ନେଟ ୱାର୍କ ମଧ୍ୟ ନାହିଁ. ଯୋଦ୍ଵାରା ୨୦ଟଙ୍କା ର କାମ ପାଇଁ ୧୦୦/୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ. ଏଠାରେ ରହି ଏତେ ସବୁ ସମସ୍ୟା ଥିବା ସର୍ତ୍ତେ ଏହି ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ ରେ ନିୟମିତ ଭାବରେ ରହି ଶିକ୍ଷା ଦାନ କରନ୍ତି । ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବିଦ୍ୟାଳୟ ର ଗଣେଷ ପୂଜା, ସ୍ୱରସ୍ବତୀ ପୂଜା,ଅଗଷ୍ଟ ୧୫,ଜାନୁୟାରୀ ୨୬,ଗାନ୍ଧୀ ଜୟନ୍ତୀ ପାଳନ କରନ୍ତି ।ଜଙ୍ଗଲ, ପାହାଡ଼, ପର୍ବତ ମଧ୍ୟ ରେ ରହିଛି ଏହି ବିଦ୍ୟାଳୟ ସେଥି ପାଇଁ ପ୍ରଶାସନ ଅଧିକାରୀଙ୍କ ଏ ସ୍କୁଲ ପ୍ରତି ନଜର ଜମାରୁ ମଧ୍ୟ ନାହିଁ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ପର୍ମାନନ୍ଦ ପାଟମାଝି, ଉପ ସଭାପତି ଶ୍ରୀ ବିନୋଦ ଛାଟିଆ ଶିବ।ଜିନି ବଳିୟାର ସିଂ, ଦୀପିକା ନାୟକ, ରବନ୍ତ ପ୍ରଧାନ, ବିଭୁ ପ୍ରଧାନ, ଅବେଲ ପ୍ରଧାନ, ପ୍ରଦୀପ ନାୟକ, ସିମାଞ୍ଚଳ ଛାଟିଆ . ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବ।ସି ଦାବି କରିଛନ୍ତି । ତଥାପି ସରକାରଙ୍କ ନିଦ ଭାଙ୍ଗୁନି । ଦେଖିବାକୁ ବାକି ରହିଲା ସରକାର ଏହି ବିଦ୍ୟାଳୟ ପ୍ରତି ଧ୍ୟାନ ଦେଉଛନ୍ତି ।
