ମଧ୍ୟସ୍ଥତା ଦ୍ୱାରା ସଫଳ ହୋଇଛି ବିବାଦର ସମାଧାନ କିଛି ଭୁଲ ବୁଝାମଣା ପାଇଁ ଭାଙ୍ଗିଯାଉଛି ଅନେକ ସଂସାର

ମଧ୍ୟସ୍ଥତା ଦ୍ୱାରା ସଫଳ ହୋଇଛି ବିବାଦର ସମାଧାନ କିଛି ଭୁଲ ବୁଝାମଣା ପାଇଁ ଭାଙ୍ଗିଯାଉଛି ଅନେକ ସଂସାର, ଶେଷ ହୋଇଯାଉଛି ଦୀର୍ଘଦିନ ଧରି ରହିଥିବା ପାରିବାରିକ ସମ୍ପର୍କ,ଦୁଇ ମନ ସହ ଦୁଇ ପରିବାର ଏବଂ ସେମାନଙ୍କ ମଧ୍ୟରେ ଗଢି ଉଠିଥିବା ସମସ୍ତ ସମ୍ପର୍କ ପରିସମାପ୍ତି ହୋଇଯାଉଛି l କେତେବେଳେ ବିବାହ ବିଛେଦ ତ ଆଉ କେତେବେଳେ ପାରିବାରିକ କଳହ, ଆଉ କେତେବେଳେ ନିରୀହ ଛୁଆମାନଙ୍କ ଭାଗବଣ୍ଟା ହୋଉ କିମ୍ବା ସମ୍ପତ୍ତି ବିଚାର ସବୁଥିର ଶେଷରେ ଦୁଃଖ ଆଉ କ୍ଷୋଭ ଥାଏ, ତା’ସହିତ ପଶ୍ଚାତାପ ମଧ୍ୟ l କିନ୍ତୁ ମଧ୍ୟସ୍ଥତା କେନ୍ଦ୍ରର ବୁଝାମଣା ମାଧ୍ୟମରେ ଯେତେବେଳେ ଦୀର୍ଘ ବର୍ଷରୁ ଲାଗିରହିଥିବା କଳହ, ଅନେକ ଦିନରୁ ରହିଥିବା ସମ୍ପର୍କରେ ଫାଟ ଯଦି ଯୋଡି ହୋଇଯାଏ, ଏକ ହୋଇଯାନ୍ତି ବିବାଦ ଭିତରେ ଥିବା ଦୁଇ ପରିବାର, ଉଭୟ ପରିବାରଙ୍କ ଭଲପାଇବା ପାଇଥାନ୍ତି କୁନି କୁନି ଛୁଆ… ତାହେଲେ କେତେ ସୁନ୍ଦର ଲାଗେ ଏ ପରିବେଶ, ଭରିଯାଏ ସମସ୍ତଙ୍କ ଆଖିରେ ଖୁସିର ଲୁହ ଓ ଆନନ୍ଦ ଉଲ୍ଲାସ lଏପରି ଏକ ପାରିବାରିକ ବିବାଦର ଆପୋଷ ସମାଧାନ ହୋଇପାରିଛି ଗଞ୍ଜାମ ଜିଲ୍ଲାର ମଧ୍ୟସ୍ଥତା କେନ୍ଦ୍ର ଦ୍ୱାରା, ତାହାପୁଣି ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ଃ ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ଏବଂ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ, ପେନେଲ ଓକିଲ ଶ୍ରୀ ଟି.କେ ରେଡ୍ଡୀଙ୍କ ମଧ୍ୟସ୍ଥ ଦ୍ୱାରା l ଆଇନ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ର ହେଉଛି ଏକ ମାତ୍ର ବିକଳ୍ପ ଯେଉଁଠି ଅଳ୍ପ ସମୟ ମଧ୍ୟରେ ଦୀର୍ଘ ଦିନଠୁ ଲାଗିରହିଥିବା ବିବାଦର ହୋଇପାରିବ ସମାଧାନ l

ସୂଚନା ପ୍ରକାରେ, ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ପଠାଯାଇଥିବା ଗୋଟିଏ ମାମଲାର ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ର ଦ୍ୱାରା ଗୋଟିଏ ଉଜାଡି ଯାଇଥିବା ପରିବାରକୁ ଯୋଡ଼ାଯାଇପାରିଲା l ଯଦ୍ୱାରା ଉଭୟ ସ୍ୱାମୀ ସ୍ତ୍ରୀ ଏବଂ ତିନୋଟି ସନ୍ତାନ ଉପକାର ପାଇଲେ l ମତାନ୍ତର ମନାନ୍ତର ଯୋଗୁଁ ଦୀର୍ଘ ଦିନରୁ ବିବାହ ବିଛେଦ, ପାରିବାରିକ ବିବାଦ ,ଘରୋଇ ହିଂସା ଭଳି ଏକାଧିକ ମାମଲା ବିଭିନ୍ନ ଥାନା ଓ କୋର୍ଟ କଚେରୀରେ ରହିଥିଲା l କିନ୍ତୁ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ର ଦ୍ୱାରା ପେନେଲ ଓକିଲ ଶ୍ରୀ ଟି.କେ ରେଡ୍ଡୀଙ୍କ ମଧ୍ୟସ୍ଥ ଅନୁଯାୟୀ ଆଶୁ ସମାଧାନ, ଆପୋଷ ବୁଝାମଣା ମାଧ୍ୟମରେ ବୁଧବାର (୦୨. ୦୭. ୨୫) ଦିନ ସମାଧାନ ହୋଇପାରିଛି l ଦୁଇ ପରିବାର ପୁଣି ଏକ ହୋଇଛନ୍ତି, ଛୁଆ ମାନେ ଉଭୟ ବାପା ମା’ଙ୍କୁ ପାଖରେ ପାଇଛନ୍ତି.. ଏସବୁ କେବଳ ସମାଧାନ ହୋଇପାରିଛି ଉଭୟ ପକ୍ଷଙ୍କୁ ନେଇ ମଧ୍ୟସ୍ଥତା ଦ୍ୱାରା l

Leave a Reply

Your email address will not be published. Required fields are marked *