ଭାରତୀୟ ଶିକ୍ଷା ଓ ସାଂସ୍କୃତିକ ପରିଷଦ ପକ୍ଷରୁ ଆଲୋଚନା ସହ ସାଂସ୍କୃତିକ ଉତ୍ସବ
ବ୍ରହ୍ମପୁର ୪/୭ ଭାରତୀୟ ଶିକ୍ଷା ଓ ସାଂସ୍କୃତିକ ପରିଷଦ ତରଫରୁ ଶୁକ୍ରବାର ଗୋସାଇଁ ନୂଆ ଗ୍ରାମ ଗୋପାଳ କୃଷ୍ଣ ରଙ୍ଗ ମଞ୍ଚ ପରିସରରେ ଶ୍ରୀ ଜଗନ୍ନାଥ ଙ୍କ ମାହାତ୍ମ୍ୟ ଉପରେ ଏକ ଆଲୋଚନା ଚକ୍ର ସହ ଭଜନ ଓ ସାଂସ୍କୃତିକ ଉତ୍ସବ ଆୟୋଜିତ ହୋଇଯାଇଛି । ପରିଷଦ ସଭାପତି ତଥା ଆଇନଜୀବୀ ପ୍ରକୃତି ବନ୍ଧୁ ପ୍ରତାପ ଚନ୍ଦ୍ର ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ବିକ୍ରମ କୁମାର୍ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ, କର୍ପୋରେଟର ଧିରେଶ୍ ସାବତ, ପ୍ରଫେସର ଭାଗିରଥି ପାଣିଗ୍ରାହୀ, ଶ୍ରୀବତ୍ସ ପ୍ରଧାନ, ପଞ୍ଚାନନ ଚୌଧୁରୀ, କୁରେଶ ଚନ୍ଦ୍ର ପାତ୍ର ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ ।

ବରିଷ୍ଠ ଆଇନଜୀବୀ ପ୍ରଦୀପ ଚନ୍ଦ୍ର ଦାଶ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ହରିହର ଚୌଧୁରୀ, ରଙ୍କ ନିଧି ବିଶୋଇ,ନବୀନ ଶତପଥୀ, ମାୟାଧର ସାହୁ, ପ୍ରସନ୍ନ ପାଢ଼ୀ, ତପନ କୁମାର ପାଢ଼ୀ, କୁନି କୁମାରୀ ଦେବୀ, ଉମା ଶତପଥୀ, ଜଗନ୍ନାଥ ଚୌଧୁରୀ ପ୍ରମୁଖ ଙ୍କ ସମେତ ବହୁ କର୍ମକର୍ତ୍ତା ଓ କଳାକାର ଏହି ଅବସରରେ ଉପସ୍ଥିତ ଥିଲେ ।ଉପସଭାପତି ରବି ନାରାୟଣ ସାବତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଭଜନ, ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ କଳାକାର ଓ ନିମନ୍ତ୍ରିତ ଅତିଥି ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏଠାରେ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର ସାହୁ ଏକ ଭଜନ ଗାନ କରି ସଭିଙ୍କୁ ଉତ୍ସାହିତ କରିଥିଲେ ।
